ଗାଜା ପଟ୍ଟୀ୧୨ ଅଗଷ୍ଟ (ହି.ସ)- ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଆଜି ସକାଳେ ଖାନ ୟୁନିସ୍ ଏବଂ ଗାଜା ସିଟିରେ ହୋଇଥିବା ଆକ୍ରମଣରେ
ନଅ ଜଣ ନାଗରିକଙ୍କୁ ହତ୍ୟା କରିଥିବା ଦାବି କରିଛି। ଫିଲିସ୍ତାନୀ ପ୍ରାଧିକରଣର କର୍ତ୍ତୃପକ୍ଷ ସରକାରୀ ସମାଚାର ଏଜେନ୍ସି ୱଫା (ଡବ୍ଲିଏଏଫଏ) ଦୁଇଟି ହସ୍ପିଟାଲର ସୂତ୍ରକୁ ଉଦ୍ଧୃତ କରି ଏହି ଖବର
ପ୍ରସାରଣ କରିଛି।ଗାଜା ପଟ୍ଟୀର ଦକ୍ଷିଣରେ ଖାନ ୟୁନିସ୍ ସ୍ଥିତ ନାସିର ହସ୍ପିଟାଲର ଡାକ୍ତରୀ
ସୂତ୍ର କହିଛି ଯେ ଖାନ ୟୁନିସ୍ ର ଅଲ-ମଜୟଦା ଅଞ୍ଚଳରେ ଆଇଡିଏଫ ଏକ ତମ୍ବୁକୁ ଟାର୍ଗେଟ କରିଥିଲା।
ଏହି ଆକ୍ରମଣ ପରେପାଞ୍ଚଟି ମୃତ ଶରୀର
ଏବଂ ଅନେକ ଆହତଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ଏଭଳି ଏକ ଦାବି ଗାଜା ସିଟି ସ୍ଥିତ ବେପଟିଷ୍ଟ ହସ୍ପିଟାଲର ସୂତ୍ର ଦ୍ୱାରା କରାଯାଇଛି। ଗାଜା
ସିଟିର ଏହି ହସ୍ପିଟାଲର ସୂତ୍ର ଅନୁସାରେସହରର
ଦକ୍ଷିଣ-ପୂର୍ବରେ ଅଲ-ଜୈତୁନ୍ ଅଞ୍ଚଳର ଅଲ-ଫାରୁକ୍ ମସଜିଦ୍ ନିକଟରେ ଅଲ-ହୋସାରି ପରିବାରର ଘର
ଉପରେ ଇସ୍ରାଏଲ ବୋମା ମାଡ଼ କରିଥିଲା। ଏହି ଆକ୍ରମଣରେ ଚାରି ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ
ଅନେକ ଆହତ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା