ଲୋୟର ସୁକତେଲ ଡେମ୍ ଦ୍ୱାରା ଉଜୁଡିଯାଇଥିବା ଜଂଗଲର ପୁନଃଉଦ୍ଧାର ନିମନ୍ତେ ତଳି ଅଂଚଳରେ ବୃକ୍ଷ ରୋପଣ
ବଲାଙ୍ଗିର, ୧୨ ଅଗଷ୍ଟ (ହି.ସ.)- ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଡେମ୍ ହେବା ଦ୍ୱାରା ପ୍ରାକୃତିକ ପରିବେଶ ତଳି ଅଂଚଳରେ ମଧ୍ୟ ଉଜୁଡି ଯାଇଛି ତାକୁ ପୁନଃଉଦ୍ଧାର କରିବା ସକାଶେ ବନର୍ଦୁଗା ମହୋତ୍ସବ କମିଟି ଏକ ସାମୁହିକ ପ୍ରୟାସ ଆରମ୍ଭ କରିଛି । ଏହି ଡେମ୍ କୁ ସଂଯୋଗ କରିଥିବା
*ଲୋୟର ସୁକତେଲ ଡେମ୍ ଦ୍ୱାରା ଉଜୁଡିଯାଇଥିବା ଜଂଗଲ ର  ପୁନଃଉଦ୍ଧାର ନିମନ୍ତେ ତଳି ଅଂଚଳ ରେ ବୃକ୍ଷ ରୋପଣ*


*ଲୋୟର ସୁକତେଲ ଡେମ୍ ଦ୍ୱାରା ଉଜୁଡିଯାଇଥିବା ଜଂଗଲ ର  ପୁନଃଉଦ୍ଧାର ନିମନ୍ତେ ତଳି ଅଂଚଳ ରେ ବୃକ୍ଷ ରୋପଣ*


ବଲାଙ୍ଗିର, ୧୨ ଅଗଷ୍ଟ (ହି.ସ.)- ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଡେମ୍ ହେବା ଦ୍ୱାରା ପ୍ରାକୃତିକ ପରିବେଶ ତଳି ଅଂଚଳରେ ମଧ୍ୟ ଉଜୁଡି ଯାଇଛି ତାକୁ ପୁନଃଉଦ୍ଧାର କରିବା ସକାଶେ ବନର୍ଦୁଗା ମହୋତ୍ସବ କମିଟି ଏକ ସାମୁହିକ ପ୍ରୟାସ ଆରମ୍ଭ କରିଛି । ଏହି ଡେମ୍ କୁ ସଂଯୋଗ କରିଥିବା ରାସ୍ତା ସୁକତେଲ ଛକ ବାରପୁଡୁଗିଆରୁ ଡେମ୍, ଗେଡାବାଂଜି ଛକରୁ ଡେମ୍ ଓ ନଦୀ ଆର ପଟ ଘୁଂଗି ର୍ଗେଡି ରାସ୍ତା ଉଭୟ ପାର୍ଶ୍ଵରେ ଗଛ ଲଗାଇ ଯତ୍ନ ନେବାକୁ ବିଭିନ୍ନ ସମୟରେ ପ୍ରଶାସନ ନିକଟରେ ଆଲୋଚନା କରାଯାଇଥିଲା । ଜଂଗଲ ପଦା ହୋଇଯାଇଥିବା ସେହି ସ୍ଥାନରେ ଅଧିକ ଔଷଧୀୟ ଗଛ ଏବଂ ଫଳ ଗଛ ଲଗାଇ ଯତ୍ନ ନେବାପାଇଁ ପଦେକ୍ଷପ ନେବାକୁ ପ୍ରଶାସନ ସହ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଜି ବନର୍ଦୁଗା ମହୋତ୍ସବ କମିଟି ବୃକ୍ଷ ରୋପଣ ଆରମ୍ଭ କରିଛି ଏବଂ ଯତ୍ନ ନେବା ପାଇଁ ଶପଥ ନେଇଛି ଏବଂ ଧନ୍ୟବାଦ ଜଣାଇଛି ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ।

ଏହି କାର୍ଯ୍ୟକ୍ରମରେ ସରପଂଚ ତଥା ସଭାପତି ସଂଜୟ ଗଡତ୍ୟା, ଉପସଭାପତି ଓ ଯୁବ ସଂଗଠକ କୈଳାଶଚନ୍ଦ୍ର ସିଂଦେଓ, ପାରାଲିଗାଲ ସ୍ୱେଚ୍ଛାସେବୀ, ପରିବେଶ ପ୍ରେମୀ ତଥା ସଂପାଦକ ଜୟକୃଷ୍ଣ ମିଶ୍ର, ସମାଜସେବୀ ସହ ସଂପାଦକ ବିକାଶ ରଂଜନ ରଥ, କୋଷାଧ୍ୟକ୍ଷ ନରେନ୍ଦ୍ର ବିଶି, ଅଜୟ ଗଡତ୍ୟା, ଭରତ ସାହୁ, ବ୍ୟାସଦେବ ବନଛୋର, ସଂଜୟ ନାଏକଙ୍କ ସହ ବହୁ ଯୁବକ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande