ରବୀନ୍ଦ୍ରନାଥ ଟାଗୋରଙ୍କ ନାଟକ ‘ଚଣ୍ଡାଳିକା’ ମଂଚସ୍ଥ, ଅନେକ ନୃତ୍ୟୁର ଅଦ୍ଭୁତ ମିଳନ ଦର୍ଶକଙ୍କୁ କଲା ମନ୍ତ୍ରମୁଗ୍ଧ
ନୂଆଦିଲ୍ଲୀ, 12 ଅଗଷ୍ଟ (ହି.ସ.) -ସାମାଜିକ ସମାନତା ବାର୍ତ୍ତା ନେଇ ରବୀନ୍ଦ୍ରନାଥ ଠାକୁରଙ୍କ ନାଟକ ଚଣ୍ଡାଳିକା ର ଅଦ୍ଭୁତ ଅଭିନୟ ଦର୍ଶକମାନଙ୍କୁ ମୋହିତ କରିଛି। କଥକ ସହିତ ଅନେକ ଅନ୍ୟ ନୃତ୍ୟ ଶୈଳୀର ସଙ୍ଗମ ମାଧ୍ୟମରେ ଉପସ୍ଥାପିତ ହୋଇଥିବା ଏହି ସଙ୍ଗୀତମୟ ନୃତ୍ୟନାଟିକ
ନାଟକ


ନୂଆଦିଲ୍ଲୀ, 12 ଅଗଷ୍ଟ (ହି.ସ.)

-ସାମାଜିକ ସମାନତା ବାର୍ତ୍ତା

ନେଇ ରବୀନ୍ଦ୍ରନାଥ ଠାକୁରଙ୍କ ନାଟକ ଚଣ୍ଡାଳିକା ର ଅଦ୍ଭୁତ ଅଭିନୟ ଦର୍ଶକମାନଙ୍କୁ

ମୋହିତ କରିଛି।

କଥକ ସହିତ ଅନେକ ଅନ୍ୟ ନୃତ୍ୟ

ଶୈଳୀର ସଙ୍ଗମ ମାଧ୍ୟମରେ ଉପସ୍ଥାପିତ ହୋଇଥିବା ଏହି ସଙ୍ଗୀତମୟ ନୃତ୍ୟନାଟିକା ଦିଲ୍ଲୀବାସୀଙ୍କୁ

କେବଳ ମନ୍ତ୍ରମୁଗ୍ଧ କରିନାହିଁ, ବରଂ ସମାଜର ଭିନ୍ନ ଭିନ୍ନ ପଦକ୍ଷେପ

ବିଷୟରେ ଚିନ୍ତା କରିବାକୁ ବି ବାଧ୍ୟ କରିଛି।

ଡ଼. ଆମ୍ବେଦକର

ଇଣ୍ଟରନ୍ୟାସନାଲ୍ ସେଣ୍ଟର ସହଯୋଗରେ ଆୟୋଜିତ ଚଣ୍ଡାଳିକା ନୃତ୍ୟନାଟିକାର ମଞ୍ଚସ୍ଥ, ଯାହାକୁ କଥକ ଧରୋହର ନାମକ ସଂସ୍ଥା ପ୍ରସ୍ତୁତ କରିଥିଲା। ସୋମବାର ଡ଼.

ଆମ୍ବେଦକର ଇଣ୍ଟରନ୍ୟାସନାଲ୍ ସେଣ୍ଟରରେକଥକ ଧରୋହର ପକ୍ଷରୁ ଆୟୋଜିତ ଏହି ନୃତ୍ୟନାଟିକାର

ଦିଗଦର୍ଶନ ଦେଇଥିଲେ ସଦାନନ୍ଦ ବିଶ୍ୱାସ, ଯିଏ କଥକ ଧରୋହରର ପ୍ରତିଷ୍ଠାତା

ମଧ୍ୟ ଅଟନ୍ତି ।

ଦୀପ ପ୍ରଜ୍ଵଳନରୁ କାର୍ଯ୍ୟକ୍ରମର

ଆରମ୍ଭ ହୋଇଥିଲା । ଏହି ଅବସରରେ ଡ଼. ଆମ୍ବେଦକର ଇଣ୍ଟରନ୍ୟାସନାଲ୍ ସେଣ୍ଟରର ନିର୍ଦେଶକ ଆକାଶ

ପାଟିଲ୍, କଥକ ଧରୋହରର ଅଧ୍ୟକ୍ଷ ପ୍ରବୀଣ ଶର୍ମା ଓ ଅନେକ ଗଣମାନ୍ୟ ବ୍ୟକ୍ତି

ଉପସ୍ଥିତ ଥିଲେ।

ଏହି ଅବସରରେ ମିଡିଆ ସହିତ

କଥାବାର୍ତ୍ତା ବେଳେ,

କଥକ ଧରୋହର ଅଧ୍ୟକ୍ଷ ପ୍ରବୀଣ ଶର୍ମା କହିଛନ୍ତି ଯେ, ଏହା ସଂସ୍ଥାର 14ତମ ଵାର୍ଷିକୀ ଅବସର ଅଟେ। ଏହି ଅବସରରେ ରବୀନ୍ଦ୍ରନାଥ ଠାକୁରଙ୍କୁ ସ୍ମରଣ

କରିବା ପାଇଁ ତାଙ୍କର ନାଟକ ଚାଣ୍ଡାଳିକା ଠାରୁ ଭଲ ବିକଳ୍ପ ହୋଇପାରେନାହିଁ। ଏହି

କାର୍ଯ୍ୟକ୍ରମ ଦେଶର ଗୌରବଶାଳୀ ସାହିତ୍ୟ ଓ ତାହାର ଐତିହ୍ୟକୁ ଉଜାଗର କରିଛି।

ଚାଣ୍ଡାଳିକା ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ରଚିତ ଏକ

ପ୍ରସିଦ୍ଧ ନାଟକ ଯାହା ନିମ୍ନ ଜାତିର ଝିଅ ପ୍ରକୃତି ଓ ଏକ ବୌଦ୍ଧ ଭିକ୍ଷୁ ଆନନ୍ଦ ମଧ୍ୟରେ

ଘଟୁଥିବା ପ୍ରେମ ଓ ସାମାଜିକ ଅସମାନତା ବିଷୟକୁ କେନ୍ଦ୍ର କରି ରଚିତ।

କାହାଣୀ ଅନୁଯାୟୀ, ପ୍ରକୃତି ଏକ ଅଛୁଆଁ ଚାଣ୍ଡାଳ ଝିଅ ଥିଲେ। ଗୋଟିଏ କୂଅରୁ ଜଳ ଆଣୁଥିବା ବେଳେ ସେ ଆନନ୍ଦ

ନାମକ ଭିକ୍ଷୁ ସହିତ ଭେଟିଥିଲେ । ଆନନ୍ଦଯିଏ ତାଙ୍କୁ ପାଣି

ମାଗିଥିଲେ। ଉଚ୍ଚ ଜାତିର ଲୋକ ଅଛୁଆଁଙ୍କ ପାଖରୁ କେବେ ପାଣି ନ ନେଉଥିବା ବେଳେ ପ୍ରକୃତି ଏହି

ଘଟଣାରେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ଆନନ୍ଦଙ୍କ ଏହି ବ୍ୟବହାର ପ୍ରକୃତିଙ୍କ ମନକୁ ଆନ୍ଦୋଳିତ

କରିଦେଇଥିଲା ଓ ସେ ତାଙ୍କ ପ୍ରେମରେ ପଡ଼ିଯାଉଥିଲେ। ପ୍ରେମରେ ଅନ୍ଧ ହୋଇ, ପ୍ରକୃତି ତାଙ୍କ ମାଆଙ୍କୁ ବାଧ୍ୟ କରାଇ ମନ୍ତ୍ର ଉଚ୍ଚାରଣ କରି ଆନନ୍ଦକୁ ଘରକୁ ଆଣିବାକୁ

ବାଧ୍ୟ କରିଥିଲେ । ଯାହା ଦ୍ୱାରା କାହାଣୀରେ ସାମାଜିକ ଓ ବ୍ୟକ୍ତିଗତ ସଂଘର୍ଷ ସୃଷ୍ଟି ହୋଇଥାଏ

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande