ବାରିପଦା, ୧୨ ଅଗଷ୍ଟ (ହି.ସ.)- ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରୁନଥିବା ମାଲିକଙ୍କ ଗାଡି ଗୁଡ଼ିକ ରିକୋଭରୀ ସଂସ୍ଥା ଜବତ କରିଥିବା ବେଳେ ବ୍ୟାଙ୍କକୁ ହସ୍ତାନ୍ତର କରୁନାହିଁ। ଏନେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ବାରିପଦା ଶାଖା ପକ୍ଷରୁ ମୁଖ୍ୟ ପରିଚାଳକ ପତଞ୍ଜଳୀ ବିଭୁପଦ ସାହୁ ଯାଜପୁର ଅଞ୍ଚଳର ଓଡ଼ିଶା ଏନଫୋର୍ସମେଣ୍ଟ ଓ ରିକୋଭରି ସଂସ୍ଥା ବିରୁଦ୍ଧରେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ବ୍ୟାଙ୍କ ପକ୍ଷରୁ କାର ଋଣ କରି ପରିଶୋଧ ନକରିବାରୁ ୬ଟି କାରକୁ ଉକ୍ତ ସଂସ୍ଥା ଜରିଆରେ ଜବତ କରାଯାଇଥିଲା। ଏହାପରେ ସଂସ୍ଥା ତାହା ବ୍ୟାଙ୍କକୁ ହସ୍ତାନ୍ତର କରିବାର ନିୟମ ରହିଛି। କିନ୍ତୁ, ତାହା ନକରିବାରୁ ବ୍ୟାଙ୍କ ପକ୍ଷରୁ ସଂସ୍ଥାର ପରିଚାଳକ ସବିତା ଧଳ ଓ ଅମରକାନ୍ତ ଧଳଙ୍କୁ ବାରମ୍ବାର କୁହାଯାଇଛି। ତାହା ପରେ ୬ଟି କାର ହସ୍ତାନ୍ତର ନକରି ଲୁଚାଇ ରଖିଛନ୍ତି। ଯାହାକୁ ନେଇ ବ୍ୟାଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ