ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପାର୍ସଲ ସେବା ଉପରେ ଚାରି ଦିନ ପାଇଁ ଅସ୍ଥାୟୀ ନିଷେଧ
ନୂଆଦିଲ୍ଲୀ, ଅଗଷ୍ଟ ୧୨ (ହି.ସ.)- ସ୍ୱାଧୀନତା ଦିବସ ପାଳନକୁ ଦୃଷ୍ଟିରେ ରଖି, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଉତର ରେଳବାଇ ଅଗଷ୍ଟ ୧୨ ରୁ ୧୫ ପର୍ଯ୍ୟନ୍ତ ଦିଲ୍ଲୀ ଅଂଚଳର ରେଳ ଷ୍ଟେସନଗୁଡ଼ିକରେ ସମସ୍ତ ପ୍ରକାରର ପାର୍ସଲ ପରିବହନକୁ ଅସ୍ଥାୟୀ ଭାବରେ ନିଷେଧ କରିବାକୁ ନିଷ୍ପତି ନେଇଛି।

ଉତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ ମଙ୍ଗଳବାର ଏକ ବିବୃତିରେ କହିଛନ୍ତି ଯେ ଏହି ନିଷେଧ ନୂଆଦିଲ୍ଲୀ, ଦିଲ୍ଲୀ ଜଙ୍କସନ, ହଜରତ ନିଜାମୁଦ୍ଦିନ, ଆନନ୍ଦ ବିହାର ଟର୍ମିନାଲ ଏବଂ ଦିଲ୍ଲୀ ସରାଇ ରୋହିଲା ଷ୍ଟେସନରେ ପ୍ରଯୁଜ୍ୟ ହେବ। ଏହି ଷ୍ଟେସନ ଦେଇ ଯାଉଥିବା ଏବଂ ଏଠାରେ ଅଟକୁଥିବା ସମସ୍ତ ଟ୍ରେନରେ ଲିଜ୍ ହୋଇଥିବା ଏସଏଲଆର ଏବଂ ବିପି କୋଚ୍ ମାଧ୍ୟମରେ ଯେକୌଣସି ପ୍ରକାରର ପାର୍ସଲ ଲୋଡିଂ ଏବଂ ଅନଲୋଡିଂ ନିଷେଧ କରାଯିବ।

-------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ

 rajesh pande