ବେଲୁଚିସ୍ତାନରେ ପାକିସ୍ତାନର ସେନା ଉପରେ ଆକ୍ରମଣ, 6 ଯବାନ ମୃତ
ଇସଲମାବାଦ, 12 ଅଗଷ୍ଟ (ହି.ସ.) -ପାକିସ୍ତାନର ବେଲୁଚିସ୍ତାନର ଗ୍ୱାଦର ନଗରରେ ରବିବାର ରାତିରେ ଘଟିଥିବା ଏକ ଆଇଇଡି ବିସ୍ଫୋରଣରେ ପାକିସ୍ତାନ ସେନାର ଛଅ ଜଣ ଯବାନ ମୃତ୍ୟୁବରଣ କରିଛନ୍ତି । ଏହି ଆଇଇଡିଆକ୍ରମଣ ଗ୍ୱାଦର ସହରର ନ୍ୟୁ ଟାଉନ୍ ଅଞ୍ଚଳରେ ଘଟିଥିଲା। ଅଜ୍ଞାତ ଆକ୍ରମଣକାରୀମା
ବେଲୁଚିସ୍ତାନରେ ପାକିସ୍ତାନର     ସେନା ଉପରେ ଆକ୍ରମଣ, 6 ଯବାନ ମୃତ


ଇସଲମାବାଦ, 12 ଅଗଷ୍ଟ (ହି.ସ.)

-ପାକିସ୍ତାନର ବେଲୁଚିସ୍ତାନର

ଗ୍ୱାଦର ନଗରରେ ରବିବାର ରାତିରେ ଘଟିଥିବା ଏକ ଆଇଇଡି ବିସ୍ଫୋରଣରେ ପାକିସ୍ତାନ

ସେନାର ଛଅ ଜଣ ଯବାନ ମୃତ୍ୟୁବରଣ କରିଛନ୍ତି । ଏହି ଆଇଇଡିଆକ୍ରମଣ ଗ୍ୱାଦର ସହରର ନ୍ୟୁ ଟାଉନ୍ ଅଞ୍ଚଳରେ ଘଟିଥିଲା। ଅଜ୍ଞାତ ଆକ୍ରମଣକାରୀମାନେ

ପାକିସ୍ତାନୀ ସେନା ଦଳର ଏକ ଗାଡ଼ିକୁ ଲକ୍ଷ୍ୟ କରି ଏହି ବିସ୍ଫୋରଣ କରିଥିଲେ।

ସ୍ଥାନୀୟ ସୂତ୍ର ମୁତାବକ ଯେ

ବିସ୍ଫୋରଣରେ ଉକ୍ତ ଗାଡ଼ି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯାଇଥିଲା ଏବଂ ସୋମବାର ସକାଳ 10ଟା

ସମୟରେ ଘଟଣାସ୍ଥଳରୁ ତାହାର ଅବଶେଷ ହଟାଯାଇଛି।

ଦ ବାଲୁଚିସ୍ତାନ ପୋଷ୍ଟ ଏହି

ଘଟଣା ବିଷୟରେ ଏକ ବିସ୍ତୃତ ଖବର ପ୍ରକାଶ କରିଛି ଯେଉଁଥିରେ କୁହାଯାଇଛି ଯେ ପାକିସ୍ତାନ

ଅଧିକାରୀମାନେ ଏହି ଆକ୍ରମଣ ସନ୍ଦର୍ଭରେ କୌଣସି ସରକାରୀ ବିଜ୍ଞପ୍ତି ଜାରି କରିନାହାନ୍ତି, ଯଦିଓ ସୁରକ୍ଷା ବାହିନୀ ଏହି ଘଟଣା ପରେ ଅଂଚଳକୁ ଘେରାବନ୍ଦି କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande