ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)
- ସମ୍ବଲପୁରର
ଛାତ୍ର ଦିପୁ ୟାଦବଙ୍କ ମୃତ୍ୟୁରେ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର ଜିଲ୍ଲା ବୁଢ଼ାରାଜା ଉଚ୍ଚ
ପ୍ରାଥମିକ ବିଦ୍ୟାଳୟର ଛାତ୍ର ଦିପୁ ୟାଦବଙ୍କର ଏକ ଅଭାବନୀୟ ଅଘଟଣରେ ମୃତ୍ୟୁ ହୋଇଥିବା ଖବର
ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି
ଦୁଃଖଦ ସମୟରେ ମା’
ସମଲେଇ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ
ପ୍ରଦାନ କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା