ଭାରତ-ପାକିସ୍ତାନ ସୀମାରୁ ସାଢେ 8 କୋଟିର ହେରୋଇନ୍ ଜବତ
ବିକାନେର, 12 ଅଗଷ୍ଟ (ହି.ସ.)-ସୀମା ସୁରକ୍ଷା ବଳ (ବିଏସଏଫ୍) ର ଗୁଇନ୍ଦା ସୂଚନାରେ ପୁଲିସ ସହିତ ଏକ ମିଳିତ ସର୍ଚ୍ଚ ଅଭିଯାନ ସମୟରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରୁ 1.665 କିଲୋ ହେରୋଇନ୍ ଜବତ କରାଯାଇଛି। ଜବତ ହେରୋଇନର ଆନ୍ତର୍ଜାତୀୟ ବଜାର ମୂଲ୍ୟ ପ୍ରାୟ
ଭାରତ-ପାକିସ୍ତାନ ସୀମାରୁ     ସାଢେ 8 କୋଟିର ହେରୋଇନ୍ ଜବତ


ବିକାନେର, 12 ଅଗଷ୍ଟ (ହି.ସ.)-ସୀମା ସୁରକ୍ଷା ବଳ

(ବିଏସଏଫ୍) ର ଗୁଇନ୍ଦା ସୂଚନାରେ ପୁଲିସ ସହିତ ଏକ ମିଳିତ ସର୍ଚ୍ଚ ଅଭିଯାନ ସମୟରେ

ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରୁ 1.665 କିଲୋ ହେରୋଇନ୍ ଜବତ କରାଯାଇଛି। ଜବତ ହେରୋଇନର

ଆନ୍ତର୍ଜାତୀୟ ବଜାର ମୂଲ୍ୟ ପ୍ରାୟ 8.50 କୋଟି ଟଙ୍କା ଅନୁମାନ କରାଯାଇଛି।

ବିକାନେର୍‌ର ଉପସମାଦେଷ୍ଟା

ଇଣ୍ଟେଲିଜେନ୍ସ ବ୍ରାଞ୍ଚର ମହେଶ ଚନ୍ଦ ଜାଟ ମଙ୍ଗଳବାର କହିଛନ୍ତି ଯେ ଖାଜୁୱାଲା ଥାନା ପୁଲିସ

ସହିତ ଗ୍ରାମ 21 ବିଡିଅଞ୍ଚଳରେ ଏକ ସଂଯୁକ୍ତ

ସର୍ଚ୍ଚ ଅଭିଯାନ ଚଳାଯାଇଥିଲା। ଏହି ସମୟରେ ବନ୍ଦରୀ ପୋଷ୍ଟ ନିକଟ ଏକ ଅଳିଆଗଦା ଅଞ୍ଚଳରେ ଏକ

ପ୍ୟାକେଟ୍ ମିଳିଥିଲା। ଏହା ଖୋଲିବା ପରେ ସେଥଇରୁ 1.665 କିଲୋ ଡ୍ରଗ୍ ମିଳିଥିଲା। ଏହି

ପ୍ୟାକେଟ୍ ଛଅ ଅଲଗା ଲେୟର୍‌ରେ ପ୍ୟାକ୍ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande