ଆମେରିକାର ଟେକ୍ସାସରେ ଟାରଗେଟ କଂପାନୀର ଷ୍ଟୋର ବାହାରେ ଗୁଳିକାଣ୍ଡ, ତିନି ମୃତ
ୱାଶିଂଟନ, 12 ଅଗଷ୍ଟ (ହି.ସ.)-ଯୁକ୍ତରାଷ୍ଟ୍ର ଆମେରିକାର ଦ୍ୱିତୀୟ ସବୁଠୁ ବଡ଼ ରାଜ୍ୟ ଟେକ୍ସାସର ଅଷ୍ଟିନ୍ ନଗରରେ ସୋମବାର ଦ୍ୱିପ୍ରହରରେ ଟାରଗେଟ୍ କମ୍ପାନୀର ଏକ ଷ୍ଟୋର ସାମ୍ନାରେ ଘଟିଥିବା ଗୁଳିଚାଳନା ଘଟଣାରେ ଜଣେ ଶିଶୁ ସହିତ ମୋଟ 3 ଜଣ ମୃତ୍ୟୁବରଣ କରିଛନ୍ତି। ଏହି ଗୁ
ଆମେରିକାର ଟେକ୍ସାସରେ     ଟାରଗେଟ କଂପାନୀର ଷ୍ଟୋର ବାହାରେ ଗୁଳିକାଣ୍ଡ, ତିନି ମୃତ


ୱାଶିଂଟନ, 12 ଅଗଷ୍ଟ (ହି.ସ.)-ଯୁକ୍ତରାଷ୍ଟ୍ର ଆମେରିକାର

ଦ୍ୱିତୀୟ ସବୁଠୁ ବଡ଼ ରାଜ୍ୟ ଟେକ୍ସାସର ଅଷ୍ଟିନ୍ ନଗରରେ ସୋମବାର ଦ୍ୱିପ୍ରହରରେ ଟାରଗେଟ୍

କମ୍ପାନୀର ଏକ ଷ୍ଟୋର ସାମ୍ନାରେ ଘଟିଥିବା ଗୁଳିଚାଳନା ଘଟଣାରେ ଜଣେ ଶିଶୁ ସହିତ ମୋଟ 3 ଜଣ

ମୃତ୍ୟୁବରଣ କରିଛନ୍ତି। ଏହି ଗୁଳିଚାଳନାରେ ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି।

ଅଷ୍ଟିନ୍ ପୁଲିସ୍ ତଥ୍ୟ ଅନୁଯାୟୀ, ଗୁଳିଚାଳନା ପରେ ଅଭିଯୁକ୍ତ

ଜଣେ ଆତତାୟୀ ଧରାପଡ଼ିଛନ୍ତି।

ସ୍ଥାନୀୟ ମିଡିଆ ମୁତାବକ ଅଷ୍ଟିନ୍ ସହରର ପୁଲିସ୍

ପ୍ରମୁଖ ଲିସା ଡେଭିସ୍ କହିଛନ୍ତି ଯେ, ଦ୍ୱିପ୍ରହର 2:15 ବେଳେ

ପୁଲିସ୍ ଗୁଳିବର୍ଷା ବିଷୟରେ ସୂଚନା ପାଇଥିଲା ଓ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଷ୍ଟୋରର ପାର୍କିଂ ଏରିଆରେ ତିନି ଜଣ ଲୋକ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ।

ଡେଭିସ୍ ଜଣାଇଛନ୍ତି ଯେ

ଧରାପଡ଼ିଥିବା ଅଭିଯୁକ୍ତର ବୟସ୍ ପ୍ରାୟ 32 ବର୍ଷ। ଗୁଳିଚାଳନା ପରେ, ସେ ଏକ ଗାଡ଼ି ଚୋରି କରି ଘଟଣାସ୍ଥଳରୁ ପଳାଇଥିଲା । ଫଳରେ ଦୁର୍ଘଟଣା ଘଟିଥିଲା। ପରେ ସେ

ଅନ୍ୟ ଗାଡ଼ି ଚୋରି କରି ପୁଣି ପଳାଇଯିବାକୁ ଚେଷ୍ଟା କରିଥିଲା, କିନ୍ତୁ ତାକୁ ପିଛା କରୁଥିବା ପୁଲିସ୍ ଧରିଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande