ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପାର୍ସଲ ସେବା ଉପରେ ଚାରି ଦିବସୀୟ ଅସ୍ଥାୟୀ ପ୍ରତିବନ୍ଧକ
ନୂଆଦିଲ୍ଲୀ, 12 ଅଗଷ୍ଟ (ହି.ସ.) -ସ୍ୱାଧୀନତା ଦିବସ ସମାରୋହକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ, ଉତ୍ତର ରେଳ ଗତ 12 ରୁ 15 ଅଗଷ୍ଟ ପର୍ଯ୍ୟନ୍ତ ଦିଲ୍ଲୀ ଅଞ୍ଚଳର ରେଳ ଷ୍ଟେସନ୍‌ଗୁଡ଼ିକରେ ସମସ୍ତ ପ୍ରକାରର ପାର୍ସଲ୍ ଯାତାୟାତ ଉପରେ ଅସ୍ଥାୟୀ ଭାବ
ସ୍ୱାଧୀନତା ଦିବସକୁ     ଦୃଷ୍ଟିରେ ରଖି ଦିଲ୍ଲୀରେ ପାର୍ସଲ ସେବା ଉପରେ ଚାରି ଦିବସୀୟ ଅସ୍ଥାୟୀ ପ୍ରତିବନ୍ଧକ


ନୂଆଦିଲ୍ଲୀ, 12 ଅଗଷ୍ଟ (ହି.ସ.)

-ସ୍ୱାଧୀନତା ଦିବସ ସମାରୋହକୁ

ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ, ଉତ୍ତର ରେଳ ଗତ 12 ରୁ 15 ଅଗଷ୍ଟ ପର୍ଯ୍ୟନ୍ତ ଦିଲ୍ଲୀ ଅଞ୍ଚଳର ରେଳ

ଷ୍ଟେସନ୍‌ଗୁଡ଼ିକରେ ସମସ୍ତ ପ୍ରକାରର ପାର୍ସଲ୍ ଯାତାୟାତ ଉପରେ ଅସ୍ଥାୟୀ ଭାବେ ପ୍ରତିବନ୍ଧକ

ଲଗାଇବାକୁ ନିଷ୍ପତ୍ତି ନେଇଛି। ଉତ୍ତର ରେଳର ମୁଖ୍ୟ ଜନସଂପର୍କ ଅଧିକାରୀ ହିମାଂଶୁ ଶେଖର

ଉପାଧ୍ୟାୟ ମଙ୍ଗଳବାର କହିଛନ୍ତି ଯେ ଏହି ପ୍ରତିବନ୍ଧକ ନୂଆଦିଲ୍ଲୀ, ଦିଲ୍ଲୀ ଜଂକ୍ସନ୍, ହଜରତ

ନିଜାମୁଦ୍ଦିନ୍,

ଆନନ୍ଦ ବିହାର ଟର୍ମିନାଲ୍ ଓ ଦିଲ୍ଲୀ ସରାୟ ରୋହିଲ୍ଲା ଷ୍ଟେସନ୍‌ରେ

ଲାଗୁ ହେବ।

ଏହି ଷ୍ଟେସନ୍‌ଗୁଡ଼ିକ ଦେଇ

ଯାଉଥିବା କିମ୍ବା ଏଠାରେ ଅପେକ୍ଷା କରୁଥିବା ସମସ୍ତ ଟ୍ରେନ୍‌ରେ ଲିଜ୍‌ ଏସଏଲଆର୍ ଭିପି କୋଚ୍‌

ମାଧ୍ୟମରେ କୌଣସି ପାର୍ସଲ୍ ଲୋଡିଂ ଓ ଅନଲୋଡିଂ ଉପରେ ପ୍ରତିବନ୍ଧକ ରହିବ। ରେଳ ବ୍ୟବସ୍ଥାପନା

ଅଧିକାରୀଙ୍କ କହିବା ଅନୁସାରେ, ଏହି ପଦକ୍ଷେପ 15 ଅଗଷ୍ଟରେ

ରାଜଧାନୀରେ ହେବାକୁ ଯାଉଥିବା ଉଚ୍ଚ ସ୍ତରୀୟ ଅନୁଷ୍ଠାନମାନଙ୍କର ସୁରକ୍ଷା ନିଶ୍ଚିତ କରିବା

ଲକ୍ଷ୍ୟରେ ଗ୍ରହଣ କରାଯାଇଛି। ଏହି ସମୟରେ ପାର୍ସଲ୍ ଗୋଦାମ ଓ ପ୍ଲାଟଫର୍ମ ଉପରେ କୌଣସି ପ୍ରକାରର

ପାର୍ସଲ୍ ପ୍ୟାକିଙ୍ଗ କିମ୍ବା ହ୍ୟାଣ୍ଡଲିଂକୁ ଅନୁମତି ଦିଆଯିବ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande