କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ଆଜି ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ବାହ୍ୟଶତ୍ରୁଙ୍କ ଆକ୍ରମଣ ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଏହି ସ୍ଥାନରେ
କୋଟସମଲାଇ ସ୍ଥିତ ପାତାଳୀ     ଶ୍ରୀକ୍ଷେତ୍ର ପରିଦର୍ଶନ କଲେ ପ୍ରଭାତି ପରିଡା


ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ଆଜି ସୁବର୍ଣ୍ଣପୁର

ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ବାହ୍ୟଶତ୍ରୁଙ୍କ ଆକ୍ରମଣ ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଏହି ସ୍ଥାନରେ ଲୁଚାଇ

ରଖାଯାଇଥିଲା । ତେଣୁ ଜଗନ୍ନାଥ ସଂସ୍କୃତିରେ ସର୍ବଦା ଏହି ପୀଠର ଗୁରୁତ୍ୱ ରହିଆସିଛି । ଆଜି

ପରିଦର୍ଶନ ସମୟରେ ଏହି ମହତ୍ତ୍ୱପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ପ୍ରସ୍ତୁତ କରାଯାଇଥିବା ଯୋଜନା

ପାଇଁ ସ୍ଥିତି ସମୀକ୍ଷା କରିଥିଲେ ପ୍ରଭାତି ପରିଡା ।

ସୁବର୍ଣ୍ଣପୁର

ଜିଲ୍ଲାର ଉଲୁଣ୍ଡା ବ୍ଲକ୍‌ ଅନ୍ତର୍ଗତ କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ

ଅବସରରେ ଏକ ସଭାରେ ଶ୍ରଦ୍ଧାଳୁ, ସ୍ଥାନୀୟ ଜନସାଧାରଣ ଏବଂ ପୂଜକମାନଙ୍କ ସହ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା।

ଏହି ପୀଠର ସର୍ବାଙ୍ଗୀନ

ବିକାଶ ପାଇଁ ବିଭିନ୍ନ ବର୍ଗର ଜନତା ନିଜ ନିଜର ମତାମତ ରଖିଥିଲେ। ଏହି ଅବସରରେ ପର୍ଯ୍ୟଟନ

ବିଭାଗର ଯୋଜନା ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ବାବଦରେ ଆଲୋକପାତ କରିଥିଲି।ଏହି ସଭା ପୂର୍ବରୁ ବୀରମହାରାଜପୁର ବିଧାୟକ ଶ୍ରୀ

ରଘୁନାଥ ଜଗଦଲା, ପର୍ଯ୍ୟଟନ

ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ, ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ପୀଠର ବିକାଶ

ପାଇଁ ସ୍ଥିତି ଅନୁଧ୍ୟାନ କରିଥିଲେ ଉପମୁଖ୍ୟମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande