ଜୈସଲମେର, 12 ଅଗଷ୍ଟ (ହି.ସ.)- ଉପରାଷ୍ଟ୍ରପତି
ନିର୍ବାଚନ ପାଇଁ ଜୈସଲମେର ଜିଲ୍ଲାର ଭାଗୁ ଗାଁ ବାସିନ୍ଦା ଜଲାଲୁଦ୍ଦିନ୍ ନାମାଙ୍କନ ପତ୍ର ଦାଖଲ
କରିଛନ୍ତି। ଜଲାଲୁଦ୍ଦିନ୍ ପୂର୍ବରୁ ଛାତ୍ରସଂଘ, ୱାର୍ଡ
ପଞ୍ଚ, ବିଧାୟକ ଓ ସାଂସଦ ନିର୍ବାଚନ ଲଢ଼ିଛନ୍ତି ଏବଂ ବର୍ତ୍ତମାନ ସେ
ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଜଲାଲୁଦ୍ଦିନ୍ ସୋମବାର
ଦିଲ୍ଲୀରେ ନାମାଙ୍କନ ଦାଖଲ କରି ସେ ମଙ୍ଗଳବାର ଜୈସଲମେର ପହଞ୍ଚିଥିଲେ। ସେ କହିଛନ୍ତି ଯେ
ଭାରତୀୟ ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକଙ୍କୁ ନିର୍ବାଚନ ଲଢ଼ିବାର ଅଧିକାର ମିଳିଛି। ତାଙ୍କର
ନାମାଙ୍କନ ସମୟରେ କୌଣସି ପ୍ରସ୍ତାବକ ନଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ 22 ତାରିଖ
ପର୍ଯ୍ୟନ୍ତ ସେ ଏହି ପଦ ପାଇଁ ଦୌଡ଼ରେ ଅଛନ୍ତି । ଏହାପରେ ଯଦି ପ୍ରସ୍ତାବକ ନଥିବେ ତେବେ ତାଙ୍କର
ଫର୍ମ ବାତିଲ୍ ହେଇଯିବ ଓ 15 ହଜାର ଟଙ୍କା ଜମା ରାଶି ପୁନଃ ଫେରସ୍ତ ଦିଆଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା