ମହାପୁରୁଷ ପ୍ରତିମୂର୍ତ୍ତି ସଫେଇ ସହ ମାଲ୍ୟାର୍ପଣ
ବାରିପଦା , 13 ଅଗଷ୍ଟ (ହି.ସ.): ବିଜେପି ବାରିପଦା ଶାଖା ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ସଫେଇ ସହ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଘରେ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ ଆଦି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବୁଧବାର ବାରିପଦା ପୌର ପରିଷଦ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ସ୍ଥାନୀୟ ଷ୍ଟାଡିୟମ ଗୋଲେଇ ନିକଟରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସଫା କରାଯାଇ ଉଭୟ ମହାପୁରୁଷଙ୍କ ପ୍ରତି ମାଲ୍ୟାର୍ପଣ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଛି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କାରୀମାନେ ଦେଶଭକ୍ତିମୂଳକ ଧ୍ଵନି ଦେବା ସହ ଦେଶ, ଜାତି ପ୍ରତି ଏଇ ମହାନ ସଂଗ୍ରାମୀ ପୁରୁଷଙ୍କ ଅବଦାନଚୟର ସ୍ମୃତିକୁ ରୋମନ୍ଥନ କରିଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଭାବେ କୁମାର ମଙ୍ଗଳମ, ବାରିପଦା ନଗର (ଉତ୍ତର ଓ ଦକ୍ଷିଣ)ର ଦୁଇ ମଣ୍ଡଳ ସଭାପତି ସୁବ୍ରତ ମୁଖୀ ଓ ଶ୍ରଦ୍ଧାଞ୍ଜଳି ପଣ୍ଡା ଉପସ୍ଥିତ ରହିବା ସହ ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ତଥା ସୁମନ ସିଂ, ମମତା ମଣ୍ଡଳ, ବ୍ରଜମୋହନ ବେହେରା, ନରୋତ୍ତମ ପାଣିଗ୍ରାହୀ, ବିଜୟ କୁମାର ଦାସ, ସରୋଜିନୀ କିସ୍କୁ, ପାୟଲ ରାୟ, ରସିକାନନ୍ଦ ମିଶ୍ର, ତରୁଣ ପାଲବାବୁ, ଶମ୍ଭୁନାଥ ସାହୁ, ବିକାଶ ରଂଜନ ବାରିକ, କଳ୍ପତରୁ ରାୟବାବୁ, ଅଶୋକ କୁମାର ମହାନ୍ତି, ଶମ୍ଭୁନାଥ ଘୋଡେଇ ଓ ଶ୍ରୀକାନ୍ତ ତ୍ରିପାଠୀ ପ୍ରମୁଖ ବହୁ ଦଳୀୟ ନେତା ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।
ବାରିପଦା: ହିସ, ୧୩/୦୮:- ବିଜେପି ବାରିପଦା ଶାଖା ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ସଫେଇ ସହ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଘରେ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ ଆଦି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବୁଧବାର ବାରିପଦା ପୌର ପରିଷଦ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ସ୍ଥାନୀୟ ଷ୍ଟାଡିୟମ ଗୋଲେଇ ନିକଟରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସଫା କରାଯାଇ ଉଭୟ ମହାପୁରୁଷଙ୍କ ପ୍ରତି ମାଲ୍ୟାର୍ପଣ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଛି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କାରୀମାନେ ଦେଶଭକ୍ତିମୂଳକ ଧ୍ଵନି ଦେବା ସହ ଦେଶ, ଜାତି ପ୍ରତି ଏଇ ମହାନ ସଂଗ୍ରାମୀ ପୁରୁଷଙ୍କ ଅବଦାନଚୟର ସ୍ମୃତିକୁ ରୋମନ୍ଥନ କରିଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଭାବେ କୁମାର ମଙ୍ଗଳମ, ବାରିପଦା ନଗର (ଉତ୍ତର ଓ ଦକ୍ଷିଣ)ର ଦୁଇ ମଣ୍ଡଳ ସଭାପତି ସୁବ୍ରତ ମୁଖୀ ଓ ଶ୍ରଦ୍ଧାଞ୍ଜଳି ପଣ୍ଡା ଉପସ୍ଥିତ ରହିବା ସହ ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ତଥା ସୁମନ ସିଂ, ମମତା ମଣ୍ଡଳ, ବ୍ରଜମୋହନ ବେହେରା, ନରୋତ୍ତମ ପାଣିଗ୍ରାହୀ, ବିଜୟ କୁମାର ଦାସ, ସରୋଜିନୀ କିସ୍କୁ, ପାୟଲ ରାୟ, ରସିକାନନ୍ଦ ମିଶ୍ର, ତରୁଣ ପାଲବାବୁ, ଶମ୍ଭୁନାଥ ସାହୁ, ବିକାଶ ରଂଜନ ବାରିକ, କଳ୍ପତରୁ ରାୟବାବୁ, ଅଶୋକ କୁମାର ମହାନ୍ତି, ଶମ୍ଭୁନାଥ ଘୋଡେଇ ଓ ଶ୍ରୀକାନ୍ତ ତ୍ରିପାଠୀ ପ୍ରମୁଖ ବହୁ ଦଳୀୟ ନେତା ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ