ସୂଚନା କମିଶନରଙ୍କ କାର୍ଯ୍ୟାଳୟରୁ ମିଳୁ ନାହିଁ ତଥ୍ୟ;କମିଶନର ନିଯୁକ୍ତିକୁ ନେଇ ଉଠିଲା ପ୍ରଶ୍ନ,
ବାରିପଦା, 17 ଅଗଷ୍ଟ (ହି.ସ.)-ରାଜ୍ୟରେ ସୂଚନା ଅଧିକାର ଆଇନକୁ କ୍ରୀୟାଶୀଳ କରାଇବା,ଜନସାଧାରଣଙ୍କ ସୂଚନା ପାଇବାର ଅଧିକାରକୁ ସୁରକ୍ଷିତ ରଖିବା ଓ ପ୍ରଶାସନରେ ସ୍ଵଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ସୂଚନା କମିଶନ ଗଠନ କରାଯାଇଛି।କିନ୍ତୁ ସୂଚନା କମିଶନ ପ୍ରତ୍ୟେକ ମୁହୁର୍ତ୍ତରେ ସୂଚନା ଆଇନକୁ ବେଖାତିର କର
RTI


RTI-


ବାରିପଦା, 17 ଅଗଷ୍ଟ (ହି.ସ.)-ରାଜ୍ୟରେ ସୂଚନା ଅଧିକାର ଆଇନକୁ କ୍ରୀୟାଶୀଳ କରାଇବା,ଜନସାଧାରଣଙ୍କ ସୂଚନା ପାଇବାର ଅଧିକାରକୁ ସୁରକ୍ଷିତ ରଖିବା ଓ ପ୍ରଶାସନରେ ସ୍ଵଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ସୂଚନା କମିଶନ ଗଠନ କରାଯାଇଛି।କିନ୍ତୁ ସୂଚନା କମିଶନ ପ୍ରତ୍ୟେକ ମୁହୁର୍ତ୍ତରେ ସୂଚନା ଆଇନକୁ ବେଖାତିର କରୁଛି ଏବଂ ତଥ୍ୟ ମଧ୍ୟ ଲୁଚାଉଛି।ଏଭଳି ଏକ ଅଭିଯୋଗ ଆଣିଛନ୍ତି ମୟୂରଭଞ୍ଜ ଜିଲ୍ଲା ମୋରଡା ଅଞ୍ଚଳର ସୂଚନା ଅଧିକାର କର୍ମୀ ମହେଶ୍ବର ମହାନ୍ତି ଗତ୧୬ ଜୁଲାଇ ୨୫ରେ ସୂଚନା ଅଧିକାର ଆଇନରେ ସୂଚନା କମିଶନଙ୍କ ପିଆଇଓ ଙ୍କୁ କିଛି ତଥ୍ୟ ମାଗିଥିଲେ।ତ‌ଥ୍ୟଗୁଡ଼ିକ ହେଲା-ସୂଚନା କମିଶନରମାନେ ତାଙ୍କ ଛୁଟିକାଳୀନ ପରିଭ୍ରମଣ ଖର୍ଚ୍ଚ(ଏଲ ଟିସି)ବାବଦ କେତେ ଅର୍ଥ ଗ୍ରହଣ କରିଛନ୍ତି ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ କାର୍ଯ୍ୟ ପାଇଁ ହୋଇଥିବା ଖର୍ଚ୍ଚର ବିବରଣୀ ଇତ୍ୟାଦି।ଜୁଲାଇ ୭ରେ ଉକ୍ତ ତଥ୍ୟ ବ୍ୟକ୍ତିଗତ ସୂଚନା ଦର୍ଶାଇ ପିଆଇଓ ତଥ୍ୟ ଦେବାକୁ ମନା କରିବାରୁ ମହେଶ୍ଵର ସୂଚନା କମିଶନଙ୍କ କାର୍ଯ୍ୟାଳୟର ପ୍ରଥମ ଅପିଲ କର୍ତ୍ତୃପକ୍ଷ ନିକଟରେ ପ୍ରଥମ ଅପିଲ କରିଥିଲେ।ସେ ଦର୍ଶାଇଥିଲେ ଯେ କମିଶନମାନଙ୍କର ଛୁଟିକାଳୀନ ପରିଭ୍ରମଣ ଖର୍ଚ୍ଚ ଜନସାଧାରଣଙ୍କ ଅର୍ଥ।ଏହା ରାଜ୍ୟର ରାଜକୋଷରୁ ଦିଆଯାଇଛି।ତେଣୁ ଏହି ଅର୍ଥ କିପରି ଖର୍ଚ୍ଚ ହୋଇଛି,ଏହାର ତଥ୍ୟ ପାଇବାର ଅଧିକାର ପ୍ରତ୍ୟେକ ନାଗରିକମାନଙ୍କର ଅଛି।ଜୁଲାଇ ୩୦ରେ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଅପିଲ ପିଟିସନ୍‌କୁ ସଠିକ୍ ଭାବେ ଶୁଣାଣୀ ନକରି କେସ୍‌କୁ ଖାରଜ କରିଦେଲେ।ତେଣୁ ସୂଚନା ଅଧିକାର ଆଇନକୁ ଖତମ କରିବାକୁ ସ୍ଵୟଂ ସୂଚନା କମିଶନ ଲାଗିପଡିଛନ୍ତି ବୋଲି ମହେଶ୍ଵର ମହାନ୍ତି ଅଭିଯୋଗ କରିଛନ୍ତି।ସେ ଏ ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଆଇନ୍ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣି ମୁଖ୍ୟ ସୂଚନା କମିଶନର ମନୋଜ ପରିଡ଼ାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande