ଦାରିଦ୍ର ନିରାକରଣ ରେ ମାଇକ୍ରୋ ଫାଇନାନ୍ସ ର ଭୂମିକା
ଭବାନୀପାଟଣା 17ଅଗଷ୍ଟ (ହିଁ. ସ) ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଅର୍ଥନୀତି ବିଭାଗ ତଥା ଦକ୍ଷତାବର୍ଧକ ବିଭାଗ ଦ୍ବାରା ଅନ୍ବେଷା କାର୍ଯ୍ୟକ୍ରମ ଅନ୍ତର୍ଗତ ଏହାର ୩୨ ତମ ସଂସ୍କରଣ ଅନୁଷ୍ଠିତ ହୋଇ ଯାଇଅଛି । ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ.ନିବେଦିତା ନାଥଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଆଭାସି
ଦାରିଦ୍ର ନିରାକରଣ ରେ ମାଇକ୍ରୋ ଫାଇନାନ୍ସ ର ଭୂମିକା


ଭବାନୀପାଟଣା 17ଅଗଷ୍ଟ (ହିଁ. ସ)

ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଅର୍ଥନୀତି ବିଭାଗ ତଥା ଦକ୍ଷତାବର୍ଧକ ବିଭାଗ ଦ୍ବାରା ଅନ୍ବେଷା କାର୍ଯ୍ୟକ୍ରମ ଅନ୍ତର୍ଗତ ଏହାର ୩୨ ତମ ସଂସ୍କରଣ ଅନୁଷ୍ଠିତ ହୋଇ ଯାଇଅଛି । ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ.ନିବେଦିତା ନାଥଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଆଭାସି ଆଲୋଚନାରେ ବକ୍ତା ରୂପେ ଯୋଗ ଦେଇ ଥିଲେ ଶ୍ରୀଲଙ୍କା କିଲାନିୟା ବିଶ୍ବବିଦ୍ୟାଳୟର ପ୍ରଫେସର ଡ.ଜେ ଏ ପ୍ରଶଂସା କୁମାରୀ । ଆଲୋଚନାର ବିଷୟ ମାଇକ୍ରୋ ଫାଇନାନ୍ସ ଦ୍ବାରା ଶ୍ରୀଲଙ୍କାର ଦାରିଦ୍ର ନିରାକରଣ ।ବିଷୟ ର ପ୍ରାକ୍ କଥନ ସହିତ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ ଅର୍ଥନୀତି ବିଭାଗ ର ମୂଖ୍ଯ ଡ.ଚିତ୍ରସେନ ଭୂଏ। କାର୍ଯ୍ୟକ୍ରମ ର ସଂଯୋଜନ କରିଥିଲେ ପ୍ରଫେସର ସୀମାଞ୍ଚଳ ମିଶ୍ର। ଏହି ମର୍ମ ରେ ଶ୍ରୀଲଙ୍କାର ଦାରିଦ୍ରତା ଓ ମାଇକ୍ରୋ ଫାଇନାନ୍ସ ଦ୍ବାରା ଏହାର ଦୂରିକରଣ ବିଷୟ ଆଲୋଚନା ହୋଇଥିଲା । ଆଲୋଚନା ରେ ସମାଜତତ୍ବ ର ମୂଖ୍ଯ ଡ.ବିରେନ୍ଦ୍ର ସୁନା ,ରାମପୁର କଲେଜର ଅର୍ଥନୀତି ମୂଖ୍ଯ ଶ୍ରୀ ଗୋବିନ୍ଦ ପ୍ରଧାନ ଭାଗ ନେଇ ଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବିଭାଗ ର ଅନ୍ୟତମ ଅଧ୍ୟାପକ ଶ୍ରୀ ରୋଶନ ପ୍ରଧାନ। ଉକ୍ତ ଆଲୋଚନାରେ ଅଧ୍ୟାପକ, ନାଗରିକ, ବିଦ୍ୟାର୍ଥୀ ପ୍ରମୁଖ ଭାଗ ନେଇ ଥିଲେ ।ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande