କମେଣ୍ଟ ମରା ଘଟଣା, ଘିଉରୀ ଗ୍ରାମର ଗୋଷ୍ଠୀ ସଂଘର୍ଷ, ଫେରାର 2 ଅଭିଯୁକ୍ତ ଗିରଫ
ଜୟପୁର, 17 ଅଗଷ୍ଟ (ହି.ସ.) କୋରାପୁଟ ଜିଲ୍ଲା ଜୟପୁର ସଦରଥାନାର ଘିଉରୀ ଗ୍ରାମ ଠାରେ କମେଣ୍ଟ ମରାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଗତ ୩୧ ତାରିଖରେ ମାରପିଟ ହୋଇଥିଲେ । ଏହି ମାମଲାରେ ସଦରଥାନାରେ ଉଭୟ ପକ୍ଷରୁ ପୃଥକ ପୃଥକ ଦୁଇଟି ମାମଲା ରୁଜୁ ହୋଇଥିଲା । ଆଜି ଗୋଟିଏ ଗୋଷ୍ଠୀର 2 ଅଭିଯୁକ୍ତ କୁ ଗି
କମେଣ୍ଟ ମରା ଘଟଣା, ଘିଉରୀ ଗ୍ରାମର ଗୋଷ୍ଠୀ ସଂଘର୍ଷ, ଫେରାର 2 ଅଭିଯୁକ୍ତ ଗିରଫ


ଜୟପୁର, 17 ଅଗଷ୍ଟ (ହି.ସ.)

କୋରାପୁଟ ଜିଲ୍ଲା ଜୟପୁର ସଦରଥାନାର ଘିଉରୀ ଗ୍ରାମ ଠାରେ କମେଣ୍ଟ ମରାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଗତ ୩୧ ତାରିଖରେ ମାରପିଟ ହୋଇଥିଲେ । ଏହି ମାମଲାରେ ସଦରଥାନାରେ ଉଭୟ ପକ୍ଷରୁ ପୃଥକ ପୃଥକ ଦୁଇଟି ମାମଲା ରୁଜୁ ହୋଇଥିଲା । ଆଜି ଗୋଟିଏ ଗୋଷ୍ଠୀର 2 ଅଭିଯୁକ୍ତ କୁ ଗିରଫ କରିଛି I ଗିରଫ ଦୁଇ ଅଭିଯୁକ୍ତ ହେଲେ ଘିଉରୀ ଗ୍ରାମର ଅଜୟ ହରିଜନ(25) ଓ ଚନ୍ଦନ ହରିଜନ (19) I ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦୁଇ ଗୋଷ୍ଠୀ ରୁ 6ଜଣ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ରହିଛନ୍ତି ଏବଂ ଅତିଶିଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ଏହି ମାମଲା ତଦନ୍ତ ଗାଗନାପୁର ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ କରୁଥିଛନ୍ତି । ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ହରିଜନ ସାହିର କମେଣ୍ଟ ମରା ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା, ଏଥିରେ ଗୋଟିଏ ଗୋଷ୍ଠିର ୧୧ ଜଣ ଏବଂ ଅନ୍ୟ ଗୋଷ୍ଠୀର ୧୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande