ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ମା' ପାଇଁ ଗଛଟିଏ ର ବାର୍ତା କୁ ନଗର ବାସୀଙ୍କ ନିକଟରେ ପହଂଚାଇବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଆଉ ଏକ ମିଆୱାକି ଜଙ୍ଗଲ ସୃଷ୍ଟି କରାଯାଇଛି। ବିଏମ୍ ସି ଓ ଚନ୍ଦକା ବନଖଣ୍ଡର ମିଳିତ ସହଯୋଗରେ ବୁଧବାର ୬ ନମ୍ବର ୱାର୍ଡରେ ୧.୫ ଏକର ଜମିରେ ମିଆୱାକି ଜଙ୍ଗଲର ଶୁଭାରମ୍ଭ ହୋଇଛି।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ , ଡେପୁଟି ମେୟର, କମିଶନର, ଅତିରିକ୍ତ କମିଶନର, ଚନ୍ଦକା ଡିଏଫଓ, ବହୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ସ୍ଥାନୀୟ କର୍ପୋରେଟରଙ୍କ ସମେତ ଟିମ୍ ବିଏମ୍ ସି ଓ ବନ ବିଭାଗ କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମୀମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଉଦ୍ୟମ ସହରୀକରଣ ଏବଂ ତାପମାତ୍ରା ବୃଦ୍ଧି ହେତୁ ଆବଶ୍ୟକ ପରିବେଶ ସନ୍ତୁଳନ ରେ ସହାୟକ ହେବ।
ଏଠାରେ ଥିବା ସରକାରୀ ପଡିଆ ଜମିରେ ମିଆୱାକି ପଦ୍ଧତିରେ ୧୧ ହଜାର ବୃକ୍ଷ ରୋପଣ ପାଇଁ ଯୋଜନା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା