ସଂଗ୍ରହାଳୟ ନିର୍ଦ୍ଦେଶାଳୟର ପରିଚାଳନା ପାଇଁ କ୍ୟାଡର ନିୟମାବଳୀ ପ୍ରଚଳନକୁ କ୍ୟାବିନେଟ ମଂଜୁରୀ
ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ସଂଗ୍ରହାଳୟ ନିର୍ଦ୍ଦେଶାଳୟର ପରିଚାଳନା ନିମନ୍ତେ କ୍ୟାଡର ନିୟମାବଳୀ ପ୍ରଚଳନ ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ସୂଚନା ଅନୁଯାୟୀ ରାଜ୍ୟର ସଂଗ୍ରହାଳୟ ଗୁଡିକର ସୁପରିଚାଳନା ଓ ସମନ୍ୱୟ ନିମନ୍ତେ ରାଜ୍ୟରେ ଏକ ସ୍ୱତନ୍ତ୍ର ସଂଗ୍ରହାଳୟ ନିର୍ଦ
ସଂଗ୍ରହାଳୟ ନିର୍ଦ୍ଦେଶାଳୟର ପରିଚାଳନା ପାଇଁ କ୍ୟାଡର ନିୟମାବଳୀ ପ୍ରଚଳନକୁ କ୍ୟାବିନେଟ ମଂଜୁରୀ


ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ସଂଗ୍ରହାଳୟ ନିର୍ଦ୍ଦେଶାଳୟର ପରିଚାଳନା ନିମନ୍ତେ କ୍ୟାଡର ନିୟମାବଳୀ ପ୍ରଚଳନ ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।

ସୂଚନା ଅନୁଯାୟୀ ରାଜ୍ୟର ସଂଗ୍ରହାଳୟ ଗୁଡିକର ସୁପରିଚାଳନା ଓ ସମନ୍ୱୟ ନିମନ୍ତେ ରାଜ୍ୟରେ ଏକ ସ୍ୱତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟ ସ୍ଥାପନ ନିମନ୍ତେ ରାଜ୍ୟ କ୍ୟାବିନେଟ ୧୯.୧୦.୨୦୨୩ ତାରିଖରେ ନିଷ୍ପତି ନେଇଥିଲେ । ତଦନୁଯାୟୀ, ସଂଗ୍ରହାଳୟ ନିର୍ଦ୍ଦେଶାଳୟର ପରିଚାଳନା ନିମନ୍ତେ କ୍ୟାଡର ନିୟମାବଳୀ ପ୍ରଚଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦେଶମତେ ରାଜ୍ୟ କ୍ୟାବିନେଟର ଅନୁମୋଦନ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଏହି ନିୟମାବଳୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଅର୍ଥ ବିଭାଗ, ଆଇନ ବିଭାଗଙ୍କ ଅନୁମୋଦନ ଲାଭ କରିବା ପରେ ଓଡିଶା ଲୋକ ସେବା ଆୟୋଗଙ୍କ ସ୍ୱୀକୃତି ପାଇଛି। ଏହାଦ୍ୱାରା ରାଜ୍ୟରେ ଥିବା ରାଜ୍ୟ ସଂଗ୍ରହାଳୟ ଏବଂ ଅନ୍ୟ ସମସ୍ତ ସଂଗ୍ରହାଳୟ ଗୁଡିକର ସୁସମନ୍ୱୟ ଓ ସୁପରିଚାଳନା ହୋଇପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande