ଓଡ଼ିଶା ଅମଲା ସେବାରେ ପୂରଣ ହେବ କନିଷ୍ଠ ସହାୟକ ପଦବୀ
ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ଓଡ଼ିଶା ଅମଲା ସେବା (ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବା କର ସଂଗଠନର ଚକଲା ଏବଂ ଏହାର ଅଧସ୍ତନ କାର୍ଯ୍ୟାଳୟ) ନିୟମାବଳୀ, ୨୦୨୫ର ପ୍ରଚଳନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଉକ୍ତ କ୍ୟାଡରରେ କନିଷ୍ଠ ସହାୟକ (ସ୍ତର-୪), ବରିଷ୍ଠ ସହାୟକ (ସ୍ତର-୫), ସହକାରୀ ଉପ ବିଭାଗ ଅ
ଓଡ଼ିଶା ଅମଲା ସେବାରେ ପୂରଣ ହେବ କନିଷ୍ଠ ସହାୟକ ପଦବୀ


ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ଓଡ଼ିଶା ଅମଲା ସେବା (ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବା କର ସଂଗଠନର ଚକଲା ଏବଂ ଏହାର ଅଧସ୍ତନ କାର୍ଯ୍ୟାଳୟ) ନିୟମାବଳୀ, ୨୦୨୫ର ପ୍ରଚଳନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।

ଉକ୍ତ କ୍ୟାଡରରେ କନିଷ୍ଠ ସହାୟକ (ସ୍ତର-୪), ବରିଷ୍ଠ ସହାୟକ (ସ୍ତର-୫), ସହକାରୀ ଉପ ବିଭାଗ ଅଧିକାରୀ (ସ୍ତର-୯), ଉପ ବିଭାଗ ଅଧିକାରୀ (ସ୍ତର-୧୦) ଏବଂ ପ୍ରତିଷ୍ଠାନ ଅଧିକାରୀ (ସ୍ତର-୧୧) ରହିବେ । ଚକଲା ଏବଂ ଏହାର ଅଧସ୍ତନ କାର୍ଯ୍ୟାଳୟରେ ସ୍ଥିତ କନିଷ୍ଠ ସହାୟକମାନଙ୍କ ମୂଳ ପଦବୀ ସଂଖ୍ୟାର ୮୦ ପ୍ରତିଶତ ସିଧାସଳଖ ନିଯୁକ୍ତି ମାଧ୍ୟମରେ ଏବଂ ୨୦ ପ୍ରତିଶତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରୁ ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande