ସମ୍ବଲପୁରରେ ହେବ ୨୪ ଘଂଟିଆ ପାଣି ପ୍ରକଳ୍ପ
ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ସମ୍ବଲପୁରରେ ୨୪ ଘଂଟିଆ ପାଣି ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏହି ପ୍ରକଳ୍ପ ଅଧୀନରେ ହୀରାକୁଦ ଡ୍ୟାମ ସ୍ଥିତ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରୀ କେନାଲରେ ୧୧୦ ଏମଏଲଡି କ୍ଷମତା ସମ୍ପନ୍ନ ଇନଟେକ୍ ୱେଲ ନିର୍ମାଣ କରାଯିବ। ଟିପୁ ପଡା ଓ ବୁର୍ଲା ଠାରେ ଜଳ ବିଶୋଧ
ସମ୍ବଲପୁରରେ ହେବ ୨୪ ଘଂଟିଆ ପାଣି ପ୍ରକଳ୍ପ


ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ସମ୍ବଲପୁରରେ ୨୪ ଘଂଟିଆ ପାଣି ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏହି ପ୍ରକଳ୍ପ ଅଧୀନରେ ହୀରାକୁଦ ଡ୍ୟାମ ସ୍ଥିତ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରୀ କେନାଲରେ ୧୧୦ ଏମଏଲଡି କ୍ଷମତା ସମ୍ପନ୍ନ ଇନଟେକ୍ ୱେଲ ନିର୍ମାଣ କରାଯିବ। ଟିପୁ ପଡା ଓ ବୁର୍ଲା ଠାରେ ଜଳ ବିଶୋଧନ କେନ୍ଦ୍ର ସ୍ଥାପନ କରାଯିବ । ଏହି ସମସ୍ତ କାର୍ଯ୍ୟପାଇଁ ୩୮୨.୪୦ କୋଟି ଟଙ୍କା ବ୍ୟୟ କରାଯିବ ଏବଂ ମହାରାଷ୍ଟ୍ର ଥାନେର ଇଗଲ ଇନଫ୍ରା ଲିମିଟେଡ୍ ଏହି ପ୍ରକଳ୍ପ କରିବ। ୨୦୨୭ ଅଗଷ୍ଟ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande