ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ବିଭିନ୍ନ ଜିଲ୍ଲାରେ ୩୮ଟି ଆଧୁନିକ ମଣ୍ଡି ଖୋଲିବେ। କ୍ୟାବିନେଟ୍ ରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ମଣ୍ଡିଗୁଡ଼ିକରେ ଚାଷୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା ରହିବ। ବିଶ୍ରାମ, ପାନୀୟଜଳ, ଶୌଚାଳୟ, ପାର୍କିଂ ଇତ୍ୟାଦି ଏଥିରେ ସାମିଲ ରହିଛି। ଏହା ଦ୍ୱାରା ଚାଷୀମାନଙ୍କୁ ଭଲ ସୁବିଧା ମିଳିବ। ଏହି ପ୍ରକଳ୍ପରେ ମୋଟ୍ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥି ପାଇଁ ଆରଏମ୍ସି ୧୫୦ କୋଟି ଟଙ୍କା ଖର୍ଚ୍ଚ କରିବ ଏବଂ ରାଜ୍ୟ ସରକାର ୧୫୦ ଟଙ୍କା ଖର୍ଚ୍ଚ ଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା