ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ବିମାନ ସେବା କ୍ଷେତ୍ରରେ ଓଡ଼ିଶା ଆଂଚଳିକ ହବ୍ରେ ପରିଣତ ହେବ। ବିଶ୍ୱସ୍ତରୀୟ ରକ୍ଷଣାବେକ୍ଷଣା ବ୍ୟବସ୍ଥା ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସୃଷ୍ଟି ହେବ। ବିମାନ ରକ୍ଷଣାବେକ୍ଷଣ ପାଇଁ ୪୦ ପ୍ରତିଶତ ସବସିଡିରେ ସରକାର ଜମି ରେଂଟ ଦେବେ। ଭୁବେନେଶ୍ୱର ବିମାନବନ୍ଦର ଭିତରେ ଜାଗା ଦେବେ। ରାଜ୍ୟ ସରକାର ଏମ୍ଏସ୍ ଏୟାର ୱାର୍କସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀକୁ ଚୟନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା