ଶିଶୁ ମନ୍ଦିରର କୋଷାଧ୍ୟକ୍ଷଙ୍କ ବିୟୋଗରେ ଶୋକ ସଭା
ଚମ୍ପୁଆ, 13 ଅଗଷ୍ଟ (ହି.ସ.) ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପରିଚାଳନା ସମିତିର କୋଷାଧ୍ୟକ୍ଷ ସ୍ୱର୍ଗତ ସଦାନନ୍ଦ ଦେହୁରୀଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ, ସମ୍ପାଦକ ଭୋଳାନାଥ ମିଶ୍ର, ସଦସ୍ୟା ପ୍ରତିଭା ମଞ୍ଜରୀ
ଶିଶୁ ମନ୍ଦିରର କୋଷାଧ୍ୟକ୍ଷଙ୍କ ବିୟୋଗରେ ଶୋକ ସଭା


ଚମ୍ପୁଆ, 13 ଅଗଷ୍ଟ (ହି.ସ.) ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପରିଚାଳନା ସମିତିର କୋଷାଧ୍ୟକ୍ଷ ସ୍ୱର୍ଗତ ସଦାନନ୍ଦ ଦେହୁରୀଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ, ସମ୍ପାଦକ ଭୋଳାନାଥ ମିଶ୍ର, ସଦସ୍ୟା ପ୍ରତିଭା ମଞ୍ଜରୀ ନାୟକ, ସଦସ୍ୟା ମୋନାଲିସା ରାଉତ, ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ, ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ଆଦି ଯୋଗ ଦେଇଥିଲେ । ଏଥିରେ ପରିଚାଳନା ସମିତିର କର୍ମକର୍ତ୍ତା, ଗୁରୁଜୀ ଗୁରୁମାଆ, ସେବକ ସେବିକା ଓ ଛାତ୍ରଛାତ୍ରୀ ସ୍ୱର୍ଗତ ସଦାନନ୍ଦ ଦେହୁରୀଙ୍କ ତୈଳ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ, ସ୍ମୃତିସଭା ଓ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ସଦାନନ୍ଦ ଦେହୁରୀ ଜଣେ ଆଦର୍ଶ ଓ ଛାତ୍ରବତ୍ସଳ ଶିକ୍ଷକ ଭାବରେ ସ୍ଥାନୀୟ ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ । ସେ ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ୨୦୨୧ ମସିହାରେ ଅବସର ଗ୍ରହଣ କଲାପରେ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା ସମିତିର କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରି ଆସୁଥିଲେ । ଏଥିସହିତ ସେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ସେ ଜଣେ ମେଳାପି, ସରଳ ଓ ନିରାଡମ୍ବର ବ୍ୟକ୍ତି ଭାବେ ପରିଚିତ ଥିଲେ । ସେ ଅଗଷ୍ଟ ୧୨ ତାରିଖ ହୃଦ୍ ଘାତରେ ନିଜ ବାସଭବନରେ ଇହଲିଳା ସମ୍ବରଣ କରିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାର ଛାୟା ଖେଳିଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande