କମାଲ କା କ୍ୟାମ୍ପର ଉଦଯାପନୀ ଉତ୍ସବ
ମାଲକାନଗିରି, ୧୩ ଅଗଷ୍ଟ (ହି.ସ.) ମାଲକାନଗିରି ଜିଲ୍ଲାର ୭ ଗୋଟି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ଦୀର୍ଘ ଏକ ମାସ ଧରି ଚାଲି ଆସିଥିବା ୩୩୦ ଗ୍ରାମରେ ୩୬୫ ଜଣ ସ୍ୱେଛାସେବୀ ମାନଙ୍କ ଦ୍ୱାରା କମାଲ କା କ୍ୟାମ୍ପ ଶିବିର ଉଦଯାପନୀ ଉତ୍ସବ ପାଳନ କରାଯାଇଛି l ପ୍ରକାଶ ଥାଉକି ଗତ ମେ ମା
କମାଲ କା କ୍ୟାମ୍ପ ର ଉଦଯାପନୀ ଉତ୍ସବ l


କମାଲ କା କ୍ୟାମ୍ପ ର ଉଦଯାପନୀ ଉତ୍ସବ l


ମାଲକାନଗିରି, ୧୩ ଅଗଷ୍ଟ (ହି.ସ.) ମାଲକାନଗିରି ଜିଲ୍ଲାର ୭ ଗୋଟି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ଦୀର୍ଘ ଏକ ମାସ ଧରି ଚାଲି ଆସିଥିବା ୩୩୦ ଗ୍ରାମରେ ୩୬୫ ଜଣ ସ୍ୱେଛାସେବୀ ମାନଙ୍କ ଦ୍ୱାରା କମାଲ କା କ୍ୟାମ୍ପ ଶିବିର ଉଦଯାପନୀ ଉତ୍ସବ ପାଳନ କରାଯାଇଛି l ପ୍ରକାଶ ଥାଉକି ଗତ ମେ ମାସରୁ ଜିଲ୍ଲାର ଓଡିଶା ଶ୍ରମଜୀବୀ ମଞ୍ଚ,ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା, ଆତ୍ମଶକ୍ତି ଟ୍ରଷ୍ଟ ଓ ଏହାର ୧୭ଗୋଟି ଜିଲ୍ଲା ର ସଦସ୍ୟ ସଂଗଠନ ମିଶି ପ୍ରାଥମିକ ସ୍ତରରେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ପିଲାମାନଙ୍କ ପାଇଁ ଏକ ଗ୍ରୀଷ୍ମ କାଳୀନ ଶିବିର ଵା କମାଲ କା କ୍ୟାମ୍ପ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଯେଉଁ ଥିରେ ଗ୍ରୀଷ୍ମ କାଳୀନ ଛୁଟି ପାଇଁ ବିଦ୍ୟାଳୟ ବନ୍ଦ ରହିଥିବା ଯୋଗୁଁ ପି ଲାମାନେ ବିଦ୍ୟାଳୟକୁ ନ ଯାଇ ଖେଳ କୁଦ କରି ପାଠ୍ୟପୁସ୍ତକ ଠାରୁ ଦୂରରେ ଥିବା ଆଖିଆଗରେ ରଖି ପ୍ରତି ଗ୍ରାମ ମାନଙ୍କରେ ଏହି ଶିବିର ଆରମ୍ଭ କରାଯାଇଥିଲା l ଏହି ଶିବିରର ମୁଖ୍ୟ ଉଦେଶ୍ୟ ହେଉଛି ଯେ ପିଲାମାନଙ୍କ ଶ୍ରେଣୀର ସ୍ତର ଅନୁଯାୟୀ ପଠନ, ଲିଖନ ଓ ମୌଳିକ ଗଣିତ ଦକ୍ଷତା କୁ ମଜବୁତ କରିବା ସହିତ ଶିକ୍ଷାର ବ୍ୟବଧାନକୁ ଦୂର କରିବା ପାଇଁ ସଂଗଠନ ତରଫରୁ ଏହି ଶିବିର ର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱେଚ୍ଛାସେବୀ ମାନେ ପ୍ରାୟ ୨ ହଜାରରୁ ଉର୍ଦ୍ଧ ପିଲା ମାନଙ୍କୁ ନାଚ ଗୀତ, ଖେଳ ଓ ଗପ ଆଦି କୌଶଳ ଅଵଲମ୍ବନ କରି ଅକ୍ଷର ଜାଣିବା l ବାକ୍ୟଗଠନ କରିବା ଓ ପଢିବା, ଗାଣିତିକ ଦକ୍ଷତା ମଧ୍ୟରେ ନମ୍ବର ଜାଣିବା ଆଦି ପିଲା ମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ ଓ ସେମାନଙ୍କ ଶିକ୍ଷା ପ୍ରତି ଆକୃଷ୍ଟ କରିଥିଲେ l ଯେଉଁଥି ପାଇଁ ସଂଗଠନ ତରଫରୁ ଏକ ସପ୍ତାହ ବ୍ୟାପି ସ୍ୱେଛାସେବୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ସମ୍ମାନିତ କରାଯାଇଥିଲା l ଏହି ଉଦଯାପନୀ ଉତ୍ସବ ରେ ବିଭିନ୍ନ ପଂଚାୟତ ର ସରପଞ୍ଚ ଯେପରିକି ଶ୍ରୀମତି ପଦିଏ କବାସି ସରପଞ୍ଚ, ଗୋରାଖୁଣ୍ଟା ପଞ୍ଚାୟ, ସୂର୍ଯ୍ୟନାରାୟଣ ଜିଗିଡି ସରପଞ୍ଚ, କଦମଗୁଡା ପଞ୍ଚାୟତ, ରଘୁନାଥ କିର୍ଷାନି ପୂର୍ବତ୍ତ ସରପଞ୍ଚ, କଦମଗୁଡା ପଞ୍ଚାୟତ, ବନ୍ଧୁ ଭୁମିଆ ସରପଞ୍ଚ, ସାଲିମି ପଞ୍ଚାୟତ, ଶ୍ରୀମତି ବନିତା କୁର୍ମି ସରପଞ୍ଚ, ପେଦାୱାଡା ପଞ୍ଚାୟତ, ଶ୍ରୀନୁ ପାଙ୍ଗି ୱାର୍ଡ ମେମ୍ବର, ପାପରମେଟଲା, ଶ୍ରୀମତି ପୁଷ୍ପାଞ୍ଜଳୀ ମାଡକାମି ସରପଞ୍ଚ, ଭୂବନପାଲ୍ଲି ପଞ୍ଚାୟତ, ମୁକା ମାଡକାମି, ଜିଲ୍ଲା ପରିଷଦ ସଦସ୍ୟ ଓ ସଂଗଠନର ଲିଡର ମାନେ ସ୍ୱେଛାସେବୀ ମାନଙ୍କୁ ବହୁତ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆମ ଅଞ୍ଚଳରେ ଆହୁରି ସୁଦୂର ପ୍ରଚାରୀ କରାଯାଇ ପାରିବ ତା ଉପରେ ଆଲୋକପାତ କରିଥିଲେ ଓ ସ୍ୱେଛାସେବୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ l ଏହି ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ ଗୁଡ଼ିକୁ ରାମ ବଡ଼ନାୟକ, ମଦନ ହନ୍ତାଳ, ତ୍ରିନାଥ ବଡ଼ନାୟକ, ଚିତ୍ତରଞ୍ଜନ ସାହୁ, ମୁକୁନ୍ଦ ମାଡକାମୀ, ଗୋବର୍ଧନ ପାଙ୍ଗି, ରାମପଦ ପ୍ରଧାନ, ଶ୍ରୀନୁ ସେଲବମ, ଜିତେନ୍ଦ୍ର ଖିଲ ଓ ସଂଗଠନ ପକ୍ଷରୁ ସଭାପତି ରାଜେନ୍ଦ୍ର କବାସୀ, ଏରା ପଡିଆମୀ, ହାତୀରାମ ଗଡ଼ଙ୍ଗୀ, ଦୈମତି ବାର୍ଷେ, ଗଣପତି ଖିଲ, ଡମ୍ବରୁଧର ନାୟକ, ଭାଗିରଥି ପାଟନିଆ, ରେଲି ଖିଲ, ପଞ୍ଚାନନ ପ୍ରଧାନ, ବଟକୃଷ୍ଣ ସାହୁ ପ୍ରମୁଖ ସହଯୋଗ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande