ଜିଲ୍ଲାରୁ ଥମୁନି ଦାଦନ ଚାଲାଣ ଗୁଜୁରାଟକୁ ଚାଲାଣ ବେଳେ ଧରା ପଡିଲେ ୨୦ରୁ ଉର୍ଦ୍ଧ୍ୱ ଦାଦନ
ବାରିପଦା, ୧୩ ଅଗଷ୍ଟ (ହି.ସ.) - ଦାଦନ ମୁକ୍ତ ଓଡିଶା ନାରାରେ ସରକାର ବଦଳିଲେ ସୁଦ୍ଧା ବଦଳୁନି ଦାଦନ ଶ୍ରମିକର ଦୁଃଖ। ମୟୁରଭଞ୍ଜ ଜିଲ୍ଲାରୁ ଗୁଜୁରାଟକୁ ଦାଦନ ଶ୍ରମିକ ଚାଲାଣ ବେଳେ ପୁଣି ଧରା ପଡିଛନ୍ତି। ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାର ସାରସକଣା
Dadana shramika


Dadana shramika-


ବାରିପଦା, ୧୩ ଅଗଷ୍ଟ (ହି.ସ.) - ଦାଦନ ମୁକ୍ତ ଓଡିଶା ନାରାରେ ସରକାର ବଦଳିଲେ ସୁଦ୍ଧା ବଦଳୁନି ଦାଦନ ଶ୍ରମିକର ଦୁଃଖ। ମୟୁରଭଞ୍ଜ ଜିଲ୍ଲାରୁ ଗୁଜୁରାଟକୁ ଦାଦନ ଶ୍ରମିକ ଚାଲାଣ ବେଳେ ପୁଣି ଧରା ପଡିଛନ୍ତି। ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାର ସାରସକଣା, ବାଙ୍ଗିରିପୋଷି, କୁଳିଅଣା, ଶୁଲିଆପଦା ଆଦି ଅଂଚଳର ୨୦ରୁ ଉର୍ଦ୍ଧ୍ୱ ଦାଦନ ଶ୍ରମିକଙ୍କୁ ଗୁଜରାଟକୁ ଚାଲାଣ ହେଉଥିଲା। ଗୁଜରାଟରେ ଉଚ୍ଚ ବେତନରେ କାର୍ଯ୍ୟ କରିବେ ବୋଲି ମିଛ ପ୍ରତିଶ୍ରୁତି ଦେଇ ନେଉଥିଲେ। ବାରିପଦାର ମଂଚାବନ୍ଧା ନିକଟସ୍ଥ ଏକ ହୋଟେଲରେ ଦାଦନ ଶ୍ରମିକ ନେଇ ଯାଉଥିବା ବସଟି ଅଟକିଥିଲା। ଯାହାକୁ ନେଇ ସନ୍ଦେହ ହେବାରୁ ବିଜେଡି ଦଳର ପ୍ରତିନିଧି ଦଳ ଗାଡିକୁ ଅଟକାଇ ପଚରାଉଚରା କରିଥିଲେ। କେହି ସଠିକ ଭାବେ କେଉଁଠି କି ଯାଉଛନ୍ତି କହିପାରିନଥିଲେ। ଯାହାକୁ ନେଇ ସନ୍ଦେହ ହେବାରୁ ଗାଡି ଅଟକାଇ ପୁଲିସ ଓ ଶ୍ରମିକ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚିବାରୁ ବସ ଚାଳକ ଓ ଦାଦନ ଶ୍ରମିକ ନେଇ ଯାଉଥିବା ଦଲାଲ ମାନେ ସେଠାରୁ ଚମ୍ପଟ ମାରିଥିଲେ। ଶ୍ରମିକ ବିଭାଗ ଅଧିକାରୀ ଯାଂଚ କରିବାରୁ ବିନା କୋଣସି ବୈଧ ଲାଇସେନ୍ସ କିମ୍ବା କାଗଜପତ୍ରରେ ଗୁଜରାଟକୁ ଦାଦନ ଶ୍ରମିକ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ବସ ଓ ଶ୍ରମିକଙ୍କୁ ବାରିପଦା ସଦର ଥାନାକୁ ନେଇ ପଚରାଉଚରା କରିବା ପରେ ଶ୍ରମିକ ମାନଙ୍କୁ ଘରକୁ ଛାଡି ଦେଇଥିଲେ। ବସକୁ ଅଟକ ରଖିଥିବା ବେଳେ ଶ୍ରମିକ ନେଇ ଯାଉଥିବା ଦଲାଲ ମାନଙ୍କୁ ଖୋଜା ଖୋଜି ଜାରି ରହିଛି। ଶ୍ରମିକ ନିୟମ ଅନୁଯାୟୀ ମାମଲା ରୁଜୁ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ତେବେ ଖୋଦ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆଙ୍କ ଜିଲ୍ଲାରୁ ବାରମ୍ବାର ଶ୍ରମିକ ଚାଲାଣ ହେଉଥିବା ବେଳେ ରୋକିବାରେ ଜିଲ୍ଲା ପ୍ରଶାସନ ଓ ସରକାର ବିଫଳ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande