ଫୁଲବାଣୀ ରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଶୁଭାରମ୍ଭ
Har ghar triranga program in Phulbani
ଫୋଟ


ଫୋଟ ୨


କନ୍ଧମାଳ , ୧୩ ଅଗଷ୍ଟ (ହି.ସ.) ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଆଜି ସେନା ବାହିନୀର ଯବାନ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଛି ।ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ), ଶ୍ରୀ କୁଶଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେନା ବାହିନୀର ଯବାନ ଓ ସୁରକ୍ଷା କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ପୁଷ୍ପଗୁଚ୍ଚ ପ୍ରଦାନ କରି ସମର୍ଦ୍ଧନା କରାଯାଇଥିଲା । ରକ୍ଷା ବନ୍ଧନ ଦିନ ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ତ୍ରିରଙ୍ଗା ରାକ୍ଷୀକୁ ଆଜି ଛାତ୍ରୀମାନେ ସେନା ବାହିନୀର ଯବାନ ଓ ସୁରକ୍ଷା କର୍ମଚାରୀମାନଙ୍କୁ ବାନ୍ଧିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ୧୧୬ ବାଟାଲିୟନ, ବି. ଏସ୍. ଏଫ ର ଅଧିକାରୀ ଶ୍ରୀ ବିଭୁ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ବୀର ସିଂ ସବର, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସମୀର କୁମାର ନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ସଞ୍ଜୟ ପାତ୍ର, ସରଜେଣ୍ଟ ବିବେକାନନ୍ଦ ନାୟକ, ପ୍ରଧାନ ଶିକ୍ଷକ, ପୋଲିସ ଉଚ୍ଚ ବିଦ୍ୟାଳୟ ଶ୍ରୀମତୀ କୁନ୍ତଳା କୁମାରୀ ତ୍ରିପାଠୀ, ସେନା ବାହିନୀର ଯବାନ , ସୁରକ୍ଷା କର୍ମଚାରୀ, ଗାଇଡ ଶିକ୍ଷକ, ଶାରୀରିକ ଶିକ୍ଷା ଶିକ୍ଷକ, ଏନ. ସି. ସି. , ସ୍କାଉଟ୍ ଗାଇଡ୍, ଓ ବିଭିନ୍ନ ଶତାଧିକ ବିଦ୍ୟାଳୟ ଶତାଧିକ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande