ସମ୍ବଲପୁର, ୧୩ ଅଗଷ୍ଟ (ହି.ସ.) - ଦେଶର ପ୍ରମୁଖ ପ୍ରବନ୍ଧନ ସଂସ୍ଥାନ, ଆଇଆଇଏମ୍ ସମ୍ବଲପୁରରେ ଏକ ଦୁଇ ଦିନିଆ ହାର୍ଭାର୍ଡ ବିଜନେସ୍ ଇମ୍ପାକ୍ଟ “ଟିଚିଂ ୱିଥ୍ କେସେସ୍” ସେମିନାର ଆରମ୍ଭ ହୋଇଛି । ହାର୍ଭାର୍ଡ ବିଜନେସ୍ ପବ୍ଲିଶିଂ ଏଜୁକେସନ ସହଯୋଗରେ ଆୟୋଜିତ ଏହି ଦୁଇ ଦିନିଆ ସେମିନାର ବୁଧବାର ଠାରୁ ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ, ଗୁରୁବାର ଯାଏଁ ଚାଲିବ । ଏହି କର୍ମଶାଳାରେ ଆଇଆଇଏମ୍ ସମ୍ବଲପୁରର ଅଧ୍ୟାପକ ଓ ପିଏଚ୍?ଡି ଗବେଷକମାନେ ଭାଗନେଇଥିଲେ, ଯେଉଁଠାରେ ବିଶ୍ୱ-ପ୍ରସିଦ୍ଧ ହାର୍ଭାର୍ଡ କେସ୍-ଭିଲିକ ଶିକ୍ଷଣ ପ୍ରଣାଳୀରେ ଗଭୀର ତାଲିମ ଦିଆଯାଇଥିଲା।
ଅଂଶଗ୍ରହଣକାରୀ ମାନଙ୍କୁ ଇଂଟରଆକ୍ଟିଭ୍ ଆଲୋଚନା, ବାସ୍ତବ କେସ୍ ଅଧ୍ୟୟନ ଓ ଦଳୀୟ କାର?୍ୟ୍ୟକଳାପ ମାଧ୍ୟମରେ ହାର୍ଭାର୍ଡ କେସ୍ ଟିଚିଂ ପ୍ରଣାଳୀର ପ୍ରାୟୋଗିକ ଅଭିଜ୍ଞତା ବିଷୟରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା। ଏହା ସହ କେସ୍-ଭିତିକ ଶିକ୍ଷଣର ସୁଯୋଗ ଓ ଚ୍ୟାଲେଞ୍ଜ, ଯୋଗ୍ୟ ପ୍ରଶ୍ନ ପ୍ରସ୍ତୁତି ପ୍ରଣାଳୀ, ଏବଂ କ୍ଲାସ୍ରୁମ୍?ରେ କାର୍ଯ୍ୟକାରି ଆଲୋଚନା ଓ କୌଶଳ ବିଷୟରେ ଆଲୋଚନା ମଧ୍ୟ ହୋଇଥିଲା।
ଏହି ସେମିନାରର ଗୁରୁତ୍ୱପୂର୍ଣ୍ଣ ଆକର୍ଷଣ ଥିଲା ଜେନେରେଟିଭ୍-ଏଆଇ । ଏହା କିପରି ଶିକ୍ଷା ପ୍ରସ୍ତୁତିରେ ସହାୟକ ହେବ, ଆଲୋଚନା ତିଆରି କରିପାରିବ, ବିକଳ୍ପ କେସ୍ ପରିଚାଳନା କରିବ ଏବଂ ଶିକ୍ଷାର ପରିଣାମ ମାପିବା ପାଇଁ ଶକ୍ତିଶାଳୀ ବିଶ୍ଳେଷଣ ଆରମ୍ଭ କରିପାରିବ ସେ ଦିଗରେ ଆଲୋଚନା କରାଯାଇଥିଲା । କିପରି ଏଆଇ ଟୁଲ୍ଗୁଡିକ ସିଦ୍ଧାନ୍ତ ଗ୍ରହଣରେ ସହଯୋଗ କରି, ଶକ୍ତିଶାଳୀ ବିଶ୍ଳେଷଣ ମାଧ୍ୟମରେ ଭଲ ଶିକ୍ଷା ପରିଣାମ ପ୍ରଦାନ କରିପାରେ ସେ ଦିଗରେ ଅଧ୍ୟାପକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଉଦ୍ଘାଟନୀ ସମାରୋହରେ ଅତିଥିମାନଙ୍କୁ ସ୍ୱାଗତ କରି , ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ, ପ୍ରଫେସର୍ ମହାଦେବ ଜୟସ୍ୱାଲ୍ କହିଥିଲେ , ହାର୍ଭାର୍ଡ ବିଜନେସ୍ ପବ୍ଲିଶିଂ ଏଜିକେସନ ସହିତ ଏହି ସେମିନାର୍ ଆୟୋଜନ କରିବାରେ ଆମେ ଗର୍ବିତ। ଏହା ଆମର ଅଧ୍ୟାପକମାନେ ଓ ଗବେଷକମାନଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠଙ୍କ ପାଖରୁ କେସ୍-ଭିତିକ ଶିକ୍ଷାର ଔପଚାରିକ ପ୍ରଣାଳୀ ଶିଖିବାର ସୁଯୋଗ ଦେଉଛି। ଆଜିର ଯୁଗରେ ଏଆଇ ଗୋଟିଏ 'ଇକ୍ୱାଲାଇଜର ଯାହା ବିଭିନ୍ନ ଭାବନାକୁ ଏକତ୍ର କରିପାରେ। ଆମେ ସମସ୍ତେ ଏଆଇର ବିପ୍ଲବୀୟ ପରିବର୍ତନ ସଚେତନ ଅଟୁ। ଏଆଇ ଓ ଦ୍ରୁତ ବ୍ୟାପାରିକ ପରିବର୍ତନର ଏହି ଯୁଗରେ, ସୃଜନଶୀଳତା, ସଂସ୍କୃତି, ଏବଂ ବ୍ୟାପାରର ମାନବୀୟ ପକ୍ଷରେ ଗୁରୁତ୍ୱ ଦେବା ଆବଶ୍ୟକ – ଯେଉଁଠାରେ ଏଆଇ ଆମକୁ ପରିବର୍ତନ କରିପାରିବ ନାହିଁ। ନୂତନ ଆଇଆଇଏମ୍ ଭାବରେ, ଆମେ ଅଲଗା ଭାବେ ଚିନ୍ତା କରିବାକୁ, ଶିକ୍ଷାଦାନ କରିବାକୁ ଓ ଛାତ୍ରମାନଙ୍କୁ ଏହି ପରିବର୍ତନଶୀଳ ଦୁନିଆରେ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଛୁ। ଏହି ସେମିନାରରେ ପ୍ରୋଫେସର୍ ଭି.ଜି. ନାରାୟଣନ୍, ଜୁନିଅର ପ୍ରଫେସର, ବିଜନେସ ଏଡମିନିଷ୍ଟ୍ରେସନ, ହାର୍ଭାର୍ଡ ବିଜନେସ୍ ସ୍କୁଲ,; ଦ୍ୱିବେଶ୍ ମେହତା, ନିର୍ଦେଶକ, ଦକ୍ଷିଣ ଏସିଆ ଏବଂ ମଧ୍ୟ ପୂର୍ବ, ହାର୍ଭାର୍ଡ ବିଜନେସ୍ ପବ୍ଲିଶିଂ; ରାହୁଲ୍ ରାୟ, ଷ୍ଟ୍ରାଟେଜିକ ରିଲେସନସିପ ମ୍ୟାନେଜର, ହାର୍ଭାର୍ଡ ବିଜନେସ୍ ପବ୍ଲିଶିଂ ଏବଂ ପ୍ରିୟମ୍ବଦା ସାରଶ୍ୱତ, ସିନିୟର ରିସର୍ଚ ଏବଂ ସେଲ୍ସ ସପୋର୍ଟ ସ୍ପେଶାଲିଷ୍ଟ, ହାର୍ଭାର୍ଡ ବିଜନେସ୍ ଇମ୍ପାକ୍ଟ ଏନ୍ଟରପ୍ରାଇଜ ଯୋଗଦାନ କରିଥିଲେ । ପ୍ରୋଫେସର୍ ଭି.ଜି. ନାରାୟଣନ୍, ଆଇଆଇଏମ୍ ସମ୍ବଲପୁରର ଛାତ୍ରମାନେ, କର୍ମଚାରୀ ଓ ଅଧ୍ୟାପକମାନଙ୍କୁ ଏଆଇ ଯୁଗରେ ବ୍ୟାପାରିକ କ୍ୟାରିୟର ପ୍ରସ୍ତୁତି ବିଷୟରେ ସମ୍ବୋଧିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ