ସମ୍ବଲପୁର, ୧୩ ଅଗଷ୍ଟ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଠାରେ ଜମନକିରା ଥାନା ଭାରପ୍ରାପ୍ତ ଅଧିକାରିଣୀ ପଦ୍ମାଳୟା ସାହୁଙ୍କ ତତା୍ୱବଧାନରେ ଜମନକିରା ଯୁକ୍ତ ଦୁଇ ବିଦ୍ୟାଳୟରେ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ସଭାପତିତ୍ୱରେ ଏକ ସେଲ୍ଫ ଏମୁଲେସନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜମନକିରା ଥାନା ପୋଲିସ ଅଧିକାରୀ ସନ୍ତୋଷ ସ୍ୱାଇଁ, ଜମନକିରା ବ୍ଲକ ଗୋଷ୍ଠୀ ଅତିରିକ୍ତ ଶିକ୍ଷା ଅଧିକାରିଣୀ ଦେବକୀ ନାୟକ, ଜମନକିରା ସିଡିପିଓ ମମତା ପଟେଲ, ଜମନକିରା ସିଆରସିସି ଆନନ୍ଦ ସାହୁ ପ୍ରମୁଖ ଅତିଥି ଭାବେ ମଂଚାସୀନ ହୋଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମକୁ ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ରଞ୍ଜନ ମହାକୁଳ ପରିଚାଳନା କରିଥିଲେ। ଆତ୍ମହତ୍ୟା ଏକ ଘୃଣ୍ୟ ଶବ୍ଦ, ଏଭଳି କାର୍ଯ୍ୟରୁ ପ୍ରତ୍ୟେକ ମଣିଷ ଦୁରେଇ ରହିବା ଉଚିତ୍ । ବିଦ୍ୟାଳୟରେ ଯଦି ନିଜ ପ୍ରତି କେବେ କୈଣସି ଅକସ୍ମାତ୍ ନିର୍ଯ୍ୟାତନା ଘଟେ ତେବେ ବିଦ୍ୟାଳୟରେ ଥିବା ଏଇସିସି କମିଟିରେ ଛାତ୍ର ବା ଛାତ୍ରୀ ମାନେ ବିନା ସଙ୍କୋଚରେ କମିଟିର ସଦସ୍ୟକୁ ଜଣାଇ ପାରିବେ।
ମଣିଷ ଜୀବନ ଏକ ଦୁର୍ଲଭ ଜୀବନ । ଆପଣ ମାନେ ଭଲ ମଣିଷ ହେବେ, ଭଲ ମଣିଷ ହେଲେ ସୁସ୍ଥ ସମାଜ ଗଠନ ହୋଇପାରିବ । ମଣିଷ ପାଖରେ ସୁଚିନ୍ତିତ ବୁଦ୍ଧି, ବିଚାର ଓ ଶକ୍ତି ଅଛି । ଏହିଭଳି ଅନେକ ସୁଚିନ୍ତିତ ବିଚାର ଧାରା ସମ୍ବନ୍ଧରେ ଅତିଥିମାନେ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷକ ଭାବଗ୍ରାହୀ ବର୍ଗେ ଧନ୍ୟବାଦ ଜ୍ଞାପନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ