Odisha, 13 ଅଗଷ୍ଟ (ହି.ସ.)ଖୋର୍ଦ୍ଧା, ଜିଲ୍ଲା ସ୍ତରୀୟ ହର ଘର ତିରଙ୍ଗା ଏକ ବିଶାଳ ରାଲି ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଆମ୍ରିତ୍ ରୁତୁରାଜଙ୍କ ପୌରହିତ୍ୟରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଜୟୀ ରାଜଗୁରୁ ଟାଉନ୍ ହଲ ପର୍ଯ୍ୟନ୍ତ ଯାଇଥିଲା l ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ , ଅବକାରୀ ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ ଯୋଗଦେଇ କହିଲେ ଦେଶ ମାତୃକାର ସେବାରେ ସମସ୍ତ ଜନସାଧାରଣଙ୍କୁ ସାମିଲ କରିବା ପାଇଁ ଆଜିର ଯେଉଁ ହର ଘର ତିରଙ୍ଗା ଓ ଘର ଘର ତିରଙ୍ଗା କାର୍ଯ୍ୟକ୍ରମ ଉନ୍ମାଦନା ଜାଗ୍ରତ କରିବ.ସମାଜକୁ ବଞ୍ଚାଇବାକୁ ଅଛି ଓ ଦେଶକୁ ଆଗେଇବାର ଅଛି l ତିରଙ୍ଗା ଯାତ୍ରାରେ ସାମିଲ ହୋଇ ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ସଂକଳ୍ପ ନେବାକୁ ପଡିବ l ଦେଶ ସ୍ବାଧୀନତାର ପ୍ରଥମ ପାଇକ ବିଦ୍ରୋହ ଖୋର୍ଦ୍ଧା ମାଟିରୁ ହିଁ ଆରମ୍ଭ ହୋଇଥିଲା l ଖୋର୍ଦ୍ଧା ଜିଲ୍ଲା ତଥା ସମଗ୍ର ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବାକୁ କାର୍ଯ୍ୟ କରିବା ବୋଲି ମୁଖ୍ୟ ଅତିଥି ଉଦବୋଧନ ଦେଇଥିଲେ l ଏହି ଅବସରରେ ପ୍ରତ୍ୟେକ ବ୍ୟକ୍ତି ସ୍ବାଧୀନତାର ଦୀକ୍ଷାରେ ସାମିଲ ପାଇଁ ମୁଖ୍ୟ ଅତିଥି ଆହ୍ଵାନ ଦେଇଥିଲେ l ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ରାଷ୍ଟ୍ର ପାଇଁ ଆମେ ସମସ୍ତେ ସେବା କରିବାର ଅଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅପରେସନ ସିନ୍ଦୂର ରେ ବିଶ୍ୱ ଭାରତର ପରାକାଷ୍ଟା ଦେଖିଲା l ଭାରତର ସମ୍ମାନ ବିଶ୍ୱରେ ଅଧିକରୁ ଅଧିକ ଆଦୃତ ହେବାରେ ଲାଗିଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ବିଧାୟକ ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ କହିଲେ ଦେଶ ପାଇଁ ଭକ୍ତି, ଭାବ, ପ୍ରେମ ବନ୍ଦନୀୟ l ତିରଙ୍ଗା ଯାତ୍ରା, ସଂହତି, ଏକତା ଓ ଓଡ଼ିଶାକୁ ଭାରତ ବର୍ଷରେ ଏବଂ ଭାରତକୁ ବିଶ୍ୱରେ ଏକ ନମ୍ୱର୍ କରିବ l ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ ସ୍ୱଛତl ଅଭିଯାନ, ଅଜାଦିକା ଅମୃତ ମହୋତ୍ସବ,ହର ଘର ତିରଙ୍ଗା ଆମ ରାଷ୍ଟ୍ର ପାଇଁ ଏକତା, ଅଖଣ୍ଡତା ଓ ସ୍ୱଚ୍ଛ ଭାରତ ବର୍ଷ ନିର୍ମାଣ କରି ରାଷ୍ଟ୍ରକୁ ଭାତୃତ୍ବ ବନ୍ଧନରେ ବାନ୍ଧି ରଖି ଭାରତକୁ ବିଶ୍ୱରେ ଏକ ନମ୍ୱର୍ କରିବା ପ୍ରୟାସ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବ l ଏହି ଅବସରରେ ଜିଲ୍ଲାପାଳ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଓ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା ହର ଘର ତିରଙ୍ଗା ଅଭିଯାନର ତିରଙ୍ଗା ରାଲି, ତିରଙ୍ଗା ସାଇକେଲ ରାଲି, ତିରଙ୍ଗା ସାଂସ୍କୃତିକ କାର୍ଯ୍ୟକ୍ରମ,ଓ ତିରଙ୍ଗା ମେଳାର ସମସ୍ତ କାର୍ଯ୍ୟକ୍ରମ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ l ତିରଙ୍ଗା ବିଶାଳ ରାଲି ଭାରତ ମାତାର ଜୟ ଜୟ ଧ୍ବନିରେ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ପହଞ୍ଚିଥିଲା l ରାଲିରେ ସମସ୍ତ ବର୍ଗର ଜନ ସାଧାରଣ ଯୋଗ ଦେଇଥିଲେ l ତିରଙ୍ଗା ଶୋଭା ଯାତ୍ରାରେ ଆରକ୍ଷୀ ଅଧିକ୍ଷକ ଶାଗରିକା ନାଥ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଭାଜପା ଜିଲ୍ଲା ସଭାପତି ବିଶ୍ୱ ରଞ୍ଜନ ବଡ଼ଜେନା, କର୍ମକର୍ତ୍ତା , ଦିଲ୍ଲୀପ ହୋତା,ବି ଡି ଓ, ଖୋର୍ଦ୍ଧା କ୍ଷିରଦ୍ଵି ତନୟା ସାହୁ, ନିର୍ବାହୀ ଅଧିକାରୀ, ଖୋର୍ଦ୍ଧା ପୌର ପରିଷଦ ରୁମାନା କାକ୍ୱବ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଡେପୁଟି କଲେକ୍ଟର, ଜନ ପ୍ରତିନିଧି , ଛାତ୍ର ଛାତ୍ରୀ, ମିଶନ ଶକ୍ତି ମା ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଗ ଦେଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ