ବଲାଙ୍ଗୀର, ୧୩ ଅଗଷ୍ଟ(ହି.ସ.) – ଲୋଇସିଂହା ବ୍ଲକ ରତାଖଣ୍ଡି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ “ଆସ ଆମେ ସ୍କୁଲ ଯିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ବରିହା ଏହି ଅଭିଯାନର ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ରାଧାକୃଷ୍ଣ ପଣ୍ଡା, ଲୋକନାଥ ସାହୁ, ବିଜୟ କୁମାର ପଧାନ, ଗୋବର୍ଦ୍ଧନ ବେହେରା, ଶମ୍ଭୁ ପ୍ରସାଦ ସାଇପଟେଲ, ଲୋଚନ ସାହୁ, ବୃନ୍ଦାବନ ଗଡ଼ାତ୍ୟା, ଶିକ୍ଷକ ତଥା ସମାଜସେବୀ ଗୌତମ ମେହେର, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ସିମନ୍ତିନି କାଳସାଏ, ରୀନା ସୁନା ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ରତାଖଣ୍ଡି ପଦଯାତ୍ରା କରିବା ସହିତ ଜନସାଧାରଣଙ୍କୁ ସଚେତନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ