ବଲାଙ୍ଗୀର, ୧୩ ଅଗଷ୍ଟ(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପୋଲିସ ପକ୍ଷରୁ ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତଦୁଇ) ଓ ପଂଚାୟତି ଉଚ୍ଚ ବିଦ୍ୟାଳୟ ଠାରେ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁରିବାହାଲ ଥାନାର ନୂତନ ଆଇଆଇସି ସନାତନ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉଭୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜଣେ ଛାତ୍ରୀ ଯଦି କୌଣସି ପ୍ରକାରର ଶାରୀରିକ ଶୋଷଣର ଶିକାର କିମ୍ବା ଅସୁବିଧାର ସମ୍ମୁଖୀନ ହୁଏ ତା’ହେଲେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନନେଇ ଏହାର କିପରି ମୁକାବିଲା କରିପାରିବ। ନିଜ ପରିବାରକୁ ଜଣାଇବା ସହ ଏକାଠି ଏହାର ନିରୋଧ ତଥା ପୋଲିସର ଟୋଲ ଫ୍ରି ହେଲ୍ପଲାଇନ ନମ୍ବରର ଉପଯୋଗ ଆଦି ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଥାନା ଏସ୍ଆଇ ପ୍ରମୋଦ କୁମାର ପଧାନ, ଏସଆଇ ପଙ୍କଜିନୀ ବାଗ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ପଂଚାୟତି ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଶତାଧିକ ଛାତ୍ରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ