ପଂଚାୟତିରାଜ ବ୍ୟବସ୍ଥା ପ୍ରତି ଶକ୍ତ ଧକ୍କା : ଭକ୍ତ ଦାସ
ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ପଂଚାୟତ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଥିଲା । ଏହି ଆଇନ ଅନୁସାରେ ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ଏବଂ ପଂଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ କ୍ଷମତା
ପଂଚାୟତିରାଜ ବ୍ୟବସ୍ଥା ପ୍ରତି ଶକ୍ତ ଧକ୍କା : ଭକ୍ତ ଦାସ


ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ପଂଚାୟତ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଥିଲା । ଏହି ଆଇନ ଅନୁସାରେ ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ଏବଂ ପଂଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ କ୍ଷମତା ମଧ୍ୟ ହସ୍ତାନ୍ତର କରାଗଲା । କିନ୍ତୁ ଓଡିଶା ସରକାର ପଂଚାୟତ ବ୍ୟବସ୍ଥାର ଖୋଲା ଉଲଂଘନ କରି ନିର୍ବାଚିତ ପ୍ରତିନିଧି ମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ପାଇଁ ପ୍ରୟାସ କରିଛନ୍ତି ଏହା ଏକ ହୀନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଚକ୍ରାନ୍ତ । ପ୍ରଦେଶ କଂଗ୍ରେସ ସରକାରଙ୍କ ଏହି ନିଷ୍ପତିକୁ ଦୃଢ ଭାବରେ ବିରୋଧ କରୁଛି। ଏଥିପାଇଁ କଂଗ୍ରେସ ରାଜନୈତିକ ଲଢେଇ ସହ ଆଇନଗତ ଲଢେଇ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।

ସାମ୍ବିଧାନିକ ଅନୁଷ୍ଠାନ ଗୁଡିକୁ ନଷ୍ଟ କରିବା ଦିଗରେ ବିଜେପି ସବୁବେଳେ କାର୍ଯ୍ୟ କରି ଆସୁଛି । ପଂଚାୟତ ସମିତି ଅଧ୍ୟକ୍ଷଙ୍କୁ ଉପେକ୍ଷା କରି ବିଡ଼ିଓଙ୍କ ହାତରେ ନିରଙ୍କୁଶ କ୍ଷମତା ପଂଚାୟତିରାଜ ପରି ପବିତ୍ର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ହତ୍ୟା ଆଉ କିଛି ନୁହେଁ ବୋଲି ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande