ଲାଲବଜାର ରାଜା ପୂଜା କମିଟିର ସାଧାରଣ ପରିଷଦ ବୈଠକ
ଲାଲବଜାର ରାଜା ପୂଜା କମିଟିର ସାଧାରଣ ପରିଷଦ ବୈଠକ
ଲାଲବଜାର ରାଜା ପୂଜା କମିଟିର ସାଧାରଣ ପରିଷଦ ବୈଠକ


ଲାଲବଜାର ରାଜା ପୂଜା କମିଟିର ସାଧାରଣ ପରିଷଦ ବୈଠକ

ବାରିପଦା, 13 ଅଗଷ୍ଟ (ହି.ସ.)ବାରିପଦା ସହର ପ୍ରତିଷ୍ଠିତ ପୁରାତନ ଲାଲବଜାର ରାଜା ଗଣେଶ ପୂଜା କମିଟିର ଚଳିତ ବର୍ଷର ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଲବଜାର ସ୍ଥିତ ମା ତାରିଣୀ ମନ୍ଦିର ପ୍ରାଙ୍ଗନରେ ବାରିପଦା ପୌରପାଳିକାର ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ପୌରହିତରେ ବୈଠକ ଅନୁଷ୍ଠିତ ହୋଇଛି। ସମସ୍ତ କମିଟିର ସଦସ୍ୟ ମାନଙ୍କୁ ନେଇ ଗଣେଶ ପୂଜାର ପ୍ରସ୍ତୁତି ବାବଦରେ ଆଲୋଚନା ହୋଇଛି। ଚଳିତ ବର୍ଷ ପୂଜା ୧୯ ବର୍ଷରେ ପ୍ରଦାର୍ପଣ କରିଛି। ଅଗଷ୍ଟ ୨୭ତାରିଖରେ ଗଣେଷ ପୂଜା ଅନୁଷ୍ଠିତ ହେବାକୁ ଥିବା ପୂଜାକୁ କିପରି ଏହାକୁ ସରସ ସୁନ୍ଦର କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଛି। ଚଳିତ ବର୍ଷ ଗଣେଷ ପୂଜାକୁ ମହାଆଡମ୍ବରରେ ପାଳନ କରାଯିବା ପାଇଁ ପୂଜା କମିଟି ସଦସ୍ୟ ଓ ଉପଦେଷ୍ଟା ମଣ୍ଡଳୀ ମାନଙ୍କ ସର୍ବସମ୍ମତ କ୍ରମେ ସ୍ଥିରୀକୃତ ହୋଇଛି। ବୈଠକରେ ଲାଲବଜାର ରାଜା ପୂଜା କମିଟିର ପ୍ରତିଷ୍ଠାତା ସଦସ୍ୟ ମାନେ ଉପସ୍ଥିତ ରହି ପୂଜାର ତୋରଣ, ସାଜସଜ୍ଜା ଓ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ। ଗଣେଶ ଚନ୍ଦ୍ର ଦାସ, ବରିଷ୍ଠ ଆଡଭୋକେଟ ବିଭୁପ୍ରସାଦ ଦାଶ, ଆଡଭୋକେଟ ଜ୍ୟୋତିପ୍ରକାଶ ରଥ, ପାର୍ଥସାରଥୀ ସ୍ୱାଇଁ, ରବୀନ୍ଦ୍ର ସ୍ୱାଇଁ, ତିମିରିକାନ୍ତ ଦାସଙ୍କ ନେତୃତ୍ୱରେ ବୈଠକରେ ଆଲୋଚନା ହୋଇଛି। ସୂଚନା ଥାଉ କି, ବାରିପଦା ସହରର ଅନୁଷ୍ଠିତ ହେଉଥିବା ଗଣେଶ ପୂଜା ମଣ୍ଡପ ମଧ୍ୟରେ ଲାଲବଜାର ମଣ୍ଡପର ବିଶେଷତ୍ୱ ରହିଥାଏ। ଏଠାରେ ପୂଜା ପାଉଥିବା ଗଣେଶଙ୍କ ସୁଉଚ୍ଚ ମୂର୍ତ୍ତିକୁ ଲାଲବଜାର ରାଜା ଭାବେ କହିଥାନ୍ତି। ଏଠାକାର ଘଟ ଉତ୍ତୋଳନ ଠାରୁ ଆରମ୍ଭ କରି ପୂଜାବିଧି, ପ୍ରସାଦ ବଣ୍ଟନ ଓ ବିସର୍ଜନରେ ସତନ୍ତ୍ରତା ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande