ସାମ୍ବାଦିକଙ୍କ ପତ୍ନୀ ବିୟୋଗ
ସୁବର୍ଣ୍ଣପୁର, ୧୩ ଅଗଷ୍ଟ(ହି.ସ.) – ଡୁଙ୍ଗୁରିପାଲି ବ୍ଲକର ମାଝିମୁଣ୍ଡା ଗ୍ରାମର ପ୍ରେରଣା ଖବର କାଗଜ ର ସାମ୍ବାଦିକ ଅରବିନ୍ଦ ମିଶ୍ରଙ୍କ ଧର୍ମପତ୍ନୀ ସୁନେଳୀ ମିଶ୍ର(୪୫)ଙ୍କ ଗତକାଲି ସଂଧ୍ୟାରେ ଦେହାନ୍ତ ହୋଇ ଯାଇଛି। ସେ କିଛି ଦିନ ହେବ ଅସୁସ୍ତ ଥିଲେ। ବିଭିନ୍ନ ସ୍ଥାନରେ ଚିକିତ୍ସା ମଧ୍ୟ କରିଆସୁଥିଲେ।
ସାମ୍ବାଦିକଙ୍କ ପତ୍ନୀ ବିୟୋଗ


ସୁବର୍ଣ୍ଣପୁର, ୧୩ ଅଗଷ୍ଟ(ହି.ସ.) – ଡୁଙ୍ଗୁରିପାଲି ବ୍ଲକର ମାଝିମୁଣ୍ଡା ଗ୍ରାମର ପ୍ରେରଣା ଖବର କାଗଜ ର ସାମ୍ବାଦିକ ଅରବିନ୍ଦ ମିଶ୍ରଙ୍କ ଧର୍ମପତ୍ନୀ ସୁନେଳୀ ମିଶ୍ର(୪୫)ଙ୍କ ଗତକାଲି ସଂଧ୍ୟାରେ ଦେହାନ୍ତ ହୋଇ ଯାଇଛି। ସେ କିଛି ଦିନ ହେବ ଅସୁସ୍ତ ଥିଲେ। ବିଭିନ୍ନ ସ୍ଥାନରେ ଚିକିତ୍ସା ମଧ୍ୟ କରିଆସୁଥିଲେ। ଗତକାଲି ହଠାର ସ୍ୱାସ୍ଥ୍ୟରେ ଅବନତା ଦେଖା ଦେଦାରୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ସମୟରେ ସ୍ୱାମୀ ଅରବିନ୍ଦ ମିଶ୍ର, ଶାଶୁ ମନୋରମା ମିଶ୍ର, ପୁଅ ଆୟୁଷ୍ମାନ, ଝିଅ ଶିବାନୀ, ପରିବାରବର୍ଗ ମଧ୍ୟରେ ପ୍ରଦୀପ, ଚିନ୍ତାମଣି, ଦିଲିପ, ମୃତ୍ୟୁଞ୍ଜୟ, ଜ୍ୟୋତି, ବାବୁଲ୍‌, ଶ୍ରୀକାନ୍ତ ତଥା ସଂପର୍କୀୟ, ବନ୍ଧୁବାନ୍ଧବ, ଗ୍ରାମବାସୀ ଉପସ୍ଥିତ ଥିଲେ। ସାମ୍ବାଦିକ ରତ୍ନାକର ସେଠ, ଦୁଳସୀ ପ୍ରସାଦ ଦାଶ, ପ୍ରଶାନ୍ତ ସେଠ, ପ୍ରେମଲାଇ ସେଠ ଡାକ୍ତର ଖାନା ରେ ପରଂତି ଶେଷ ଦର୍ଶନ କରିଥିଲେ। ସାମ୍ବାଦିକ କିସନ ଅଗ୍ରୱାଲ, ସାଗର ଜେନା, ଘନସ୍ୟାମ ମେହେର, ମହନ ମେହେର, ଲକ୍ଷ୍ମଣ ନାଏକ, ଦେବରାଜ ଦେହେରା, ନରେଶ ସାହୁ, ପୂର୍ଣଚନ୍ଦ୍ର ପଣ୍ଡା, ଶିଶୁପାଳ ଖମାରୀ, କୃଷ୍ଣଚନ୍ଦ୍ର ବାଗ, କମଳ ମେହେର, ଅରକ୍ଷିତ ମହାନନ୍ଦ ଶୋକ ପ୍ରକାଶ କରିଥିଲେ। ଗୋପାଳ ବାରିକ, ବିପ୍ରଚରଣ ସାହୁ, ପବିତ୍ର ମୋହନ ପାଣ୍ଡିଆ, ବନମାଳୀ ପୋଢ଼ ପରିବାରବର୍ଗକୁ ଘରକୁ ଯାଇ ଶାନ୍ତନା ପ୍ରଦାନ କରିଥିଲେ। ଗାଁ ଶ୍ମଶାନରେ ପୁଅ ଆୟୁଷ୍ଠାନ ମୁଖାଗ୍ନି ଦେଇଥିଲେ। ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋଳ ପ୍ରକାଶ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande