ବୁବେଲ ହାଇସ୍କୁଲରେ ସଂସ୍କୃତ ସପ୍ତାହ ଉଦ୍‌ଯାପିତ ସଂସ୍କୃତ ଭାଷା ଭାରତୀୟମାନଙ୍କର ହୃଦୟର ଭାଷା
ବଲାଙ୍ଗୀର, ୧୩ ଅଗଷ୍ଟ(ହି.ସ.) – ପୁଇଁତଲା ବ୍ଲକ ଅନ୍ତର୍ଗତ ବୁବେଲ ନିଧିସାଗର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସଂସ୍କୃତ ସପ୍ତାହ ଉଦ୍‌ଯାପିତ ହୋଇଯାଇଛି। ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ଡ. ଆଭା ଆର୍ଯ୍ୟାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ବୃକ୍ଷରୋପଣ, ସଂସ୍କୃତ ଶ୍ଳୋକ, ସଂଗୀ
ବୁବେଲ ହାଇସ୍କୁଲ ରେ ସଂସ୍କୃତ ସପ୍ତାହ ଉଦଯାପିତ  ସଂସ୍କୃତ ଭାଷା ଭାରତୀୟ ମାନଙ୍କର ହୃଦୟର ଭାଷା


ବଲାଙ୍ଗୀର, ୧୩ ଅଗଷ୍ଟ(ହି.ସ.) – ପୁଇଁତଲା ବ୍ଲକ ଅନ୍ତର୍ଗତ ବୁବେଲ ନିଧିସାଗର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସଂସ୍କୃତ ସପ୍ତାହ ଉଦ୍‌ଯାପିତ ହୋଇଯାଇଛି। ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ଡ. ଆଭା ଆର୍ଯ୍ୟାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ବୃକ୍ଷରୋପଣ, ସଂସ୍କୃତ ଶ୍ଳୋକ, ସଂଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗିରିଜା ବାଙ୍କିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁଇଁତଲା ବ୍ଲକ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ସଂସ୍କୃତ ଭାଷା ଭାରତୀୟମାନଙ୍କର ହୃଦୟର ଭାଷା ଓ ଏହାର ସୁରକ୍ଷା ମାନବ ସଂସ୍କୃତିର ସୁରକ୍ଷା ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ପର୍ଶୁରାମ ସାହୁ ସଂସ୍କୃତ ପରି ଶ୍ରୁତିମଧୁର ଭାଷା ବିଶ୍ୱରେ ବିରଳ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ସ୍ୱାଗତ ଭାଷଣ ଶିକ୍ଷକ ମିଥୁନ କୁଅଁର ଦେଇଥିବାବେଳେ କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷୟତ୍ରୀ ଯୋଗେଶ୍ୱରୀ କୁମ୍ଭାର ଓ ଧନ୍ୟବାଦ ଦେଇଥିଲେ ଶିକ୍ଷକ ସୁଭାଶିଷ ମିଶ୍ର। ଶେଷରେ ମୁଖ୍ୟଅତିଥି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande