ସ୍କୁଲ୍ ନୁ କଲେଜ୍ ଗାଁ ନୁ ସହର୍ ତହଁକ୍ ପୁହୁଁଚିଲା ଘର୍ କେ ଘର୍‌
ବଲାଙ୍ଗୀର, ୧୩ ଅଗଷ୍ଟ(ହି.ସ.) – କୋଶଲୀ ଭାଷା ସାହିତ୍ୟର ଅଗ୍ରଣୀ ଅନୁଷ୍ଠାନ ତହଁକ କୁଟୁମ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚାରେ ରହିଥାଏ। କୋଶଲୀ ଭାଷା ସାହିତ୍ୟକୁ ଛୋଟଛୁଆମାନଙ୍କ ପାଖରୁ ନେଇ ଗ୍ରାମାଂଚଳକୁ ଯାଇ ସାଧାରଣ ଜନତାଙ୍କ ପାଖରେ ଆମ ଅଂଚଳର ସାହିତ୍ୟ, କଲା, ଲୋକଗୀତ ଏବଂ
ସ୍କୁଲ୍ ନୁ କଲେଜ୍ ଗାଁ ନୁ ସହର୍ ତହଁକ୍ ପୁହୁଁଚିଲା ଘର୍ କେ ଘର୍


ସ୍କୁଲ୍ ନୁ କଲେଜ୍ ଗାଁ ନୁ ସହର୍ ତହଁକ୍ ପୁହୁଁଚିଲା ଘର୍ କେ ଘର୍


ବଲାଙ୍ଗୀର, ୧୩ ଅଗଷ୍ଟ(ହି.ସ.) – କୋଶଲୀ ଭାଷା ସାହିତ୍ୟର ଅଗ୍ରଣୀ ଅନୁଷ୍ଠାନ ତହଁକ କୁଟୁମ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚାରେ ରହିଥାଏ। କୋଶଲୀ ଭାଷା ସାହିତ୍ୟକୁ ଛୋଟଛୁଆମାନଙ୍କ ପାଖରୁ ନେଇ ଗ୍ରାମାଂଚଳକୁ ଯାଇ ସାଧାରଣ ଜନତାଙ୍କ ପାଖରେ ଆମ ଅଂଚଳର ସାହିତ୍ୟ, କଲା, ଲୋକଗୀତ ଏବଂ ଇତିହାସକୁ ନେଇ ସ୍କୁଲ ନୁ କଲେଜ୍ ଗାଁ ନୁ ସହର’ ତହଁକ୍ ପୁହୁଁଚିଲା ଘର୍ କେ ଘର୍‌’ କାର୍ଯ୍ୟକ୍ରମ କରିଆସୁଛି। ଆଜି ବଲାଙ୍ଗୀର ସହରର ରୋଜାଲିଆ ନର୍ସିଂ ଏକାଡେମୀ ଠାରେ ତହଁକ୍ କୁଟୁମ୍ ପକ୍ଷରୁ ନର୍ସିଂ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରାଜେଶ ଦଣ୍ଡସେନା, ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ, ପୁଇନ୍ତଲା ବ୍ଲକ୍ ସମ୍ପାଦକ ମିଲନ କୁମାର ପଣ୍ଡା ଏବଂ ମୁରିବାହାଲ ବ୍ଲକ ସମ୍ପାଦକ ଭରତ ମେହେର ପ୍ରମୁଖ ଯୋଗଦେଇ ସଚେତନତା କବିତା, ଗୀତି କବିତା ଏବଂ ହାସ୍ୟ କବିତା ବୋଲି ଯୁବ ସମାଜକୁ ବାର୍ତା ଦେଇଥିଲେ। କେବଲ ଇଂରାଜୀ ଏବଂ ହିନ୍ଦୀ ମୟ ପରିବେଶରେ ଆମେ ହଜିନଯାଇ କେମିତି ଆମ ଶବ୍ଦ ଏବଂ ଆମ ଭାଷାକୁ ବଂଚାଇ ରଖିବା ସେ ଉପରେ ଆମକୁ ଧ୍ୟାନ ଦେବାକୁ ହେବବୋଲି କବିଗଣ ଉଦ୍‌ବୋଧନ ଦେଇଥିଲେ।

ଏହି ଅବସରରେ ଏକାଡେମୀର ଅଧ୍ୟକ୍ଷା ଅରୁଣା ଟପ୍ପୋ, ଏଓ ଅଲକାନନ୍ଦ ବଗର୍ତୀ, ଦେବବ୍ରତ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ। ଏକାଡେମୀର ଛାତ୍ରୀ ଶର୍ମିଷ୍ଠା ନାଗ ଏକ ସୁନ୍ଦର କବିତା କହିଥିବାରୁ ତହଁକ୍ କୁଟୁମ୍ ପକ୍ଷରୁ ତାଙ୍କୁ ଏକ ଉପହାର ପ୍ରଦାନ କରାଯାଇଥିଲା।

ଆଗାମୀ ଦିନରେ ମଧ୍ୟ ଏପରି ସାହିତ୍ୟ ଭିତିକ କାର୍ଯ୍ୟକ୍ରମ କରିବାପାଇଁ ଏକାଡେମୀ ପକ୍ଷରୁ ଅନୁରୋଧ କରାଯାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଏଓ ଅଲକାନନ୍ଦ ବଗର୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande