ଶିକ୍ଷା ଓ ଚିକିତ୍ସା ପାଇଁ ଇନରହ୍ୱିଲ କ୍ଲବର ସହାୟତା
ସମ୍ବଲପୁର, ୧୩ ଅଗଷ୍ଟ (ହି.ସ.) - ସମ୍ବଲପୁର ଇନର ହ୍ୱିଲ୍ କ୍ଳବ୍ ହେଣ୍ଡଲୁମ୍ ସିଟି ଶାଖା ପକ୍ଷରୁ ରୋଗୀମାନଙ୍କ ସୁବିଧା ପାଇଁ ଜିଲ୍ଲା ସଦର ଡାକ୍ତରଖାନାକୁ ୪ଟି ଆଧୁନିକ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଛି । ଏଡିଏମ୍‌ଓ ଡା. ସୁଧାଂଶୁ ଶେଖର ପଣ୍ଡା ଏବଂ ଅନ୍ୟ ଅଧିକାରୀମାନେ ଏହାକୁ ଗ୍ରହଣ କରିଥିଲେ । ସେହି
ଶିକ୍ଷା ଓ ଚିକିତ୍ସା ପାଇଁ ଇନରହ୍ୱିଲ କ୍ଲବର ସହାୟତା


ଶିକ୍ଷା ଓ ଚିକିତ୍ସା ପାଇଁ ଇନରହ୍ୱିଲ କ୍ଲବର ସହାୟତା


ସମ୍ବଲପୁର, ୧୩ ଅଗଷ୍ଟ (ହି.ସ.) - ସମ୍ବଲପୁର ଇନର ହ୍ୱିଲ୍ କ୍ଳବ୍ ହେଣ୍ଡଲୁମ୍ ସିଟି ଶାଖା ପକ୍ଷରୁ ରୋଗୀମାନଙ୍କ ସୁବିଧା ପାଇଁ ଜିଲ୍ଲା ସଦର ଡାକ୍ତରଖାନାକୁ ୪ଟି ଆଧୁନିକ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଛି । ଏଡିଏମ୍‌ଓ ଡା. ସୁଧାଂଶୁ ଶେଖର ପଣ୍ଡା ଏବଂ ଅନ୍ୟ ଅଧିକାରୀମାନେ ଏହାକୁ ଗ୍ରହଣ କରିଥିଲେ । ସେହିଭଳି ଅସ୍ୱଚ୍ଛଳ ବର୍ଗର ୪ ଜଣ ସ୍କୁଲ ଛାତ୍ରୀଙ୍କୁ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । କ୍ଲବ୍‌ର ଡିଷ୍ଟ୍ରିକ୍ଟ ଚେୟାରମେନ ମଧୁସ୍ମିତା ତ୍ରିପାଠୀ ହେଣ୍ଡଲୁମ୍ ସିଟି ସଭାପତି ଜୟଶ୍ରୀ ରାୟଗୁରୁ, ସମ୍ପାଦିକା ମିଷ୍ଟି ପଣ୍ଡା, ଏବଂ ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ । ସ୍ଥାନୀୟ ହରଜିତ ରେସିଡେନ୍‌ସି ହୋଟେଲ ଠାରେ ଏହି ଅବସରରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଇନରହ୍ୱିଲ୍ କ୍ଲବ୍‌ର ବର୍ଷବ୍ୟାପୀ ସେବା କାର୍ଯ୍ୟର ସୂଚୀ ସମ୍ପର୍କରେ ଶ୍ରୀମତୀ ତ୍ରିପାଠୀ ଆଲୋକପାତ କରିବା ସହିତ ଶାଖା ପକ୍ଷରୁ ନିଆଯାଇଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande