ସ୍ୱାଧୀନତା ଦିବସରେ ଭାରତ ସରକାରଙ୍କ ସ୍ବତନ୍ତ୍ର ଅତିଥି ହେବେ ଖୋର୍ଦ୍ଧାର ଓମ୍ ପ୍ରିୟଦର୍ଶୀ ଛୋଟରାୟ
ଖୋର୍ଦ୍ଧା,13 ଅଗଷ୍ଟ (ହି.ସ.) ନୂଆଦିଲ୍ଲୀର ଲାଲକିଲ୍ଲା ଠାରେ ଆୟୋଜିତ ଜାତୀୟ ସ୍ୱାଧୀନତା ଦିବସ ସମାରୋହରେ ବିଦେଶୀ ଅତିଥିଙ୍କ ସହ ଯୋଗଦେବେ ଓମ୍।ଓମ୍ ପୂର୍ବରୁ ବ୍ରିକ୍ସ , ଜି-୨୦, ବିଶ୍ୱ ପରିବେଶ ସମ୍ମିଳନୀ, କମନୱେଲଥ୍ ଭଳି ଅନେକ ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରି ସାରିଛନ୍ତି ପାଇକ ମା
ଲାଳକିଲ୍ଲ


ଖୋର୍ଦ୍ଧା,13 ଅଗଷ୍ଟ (ହି.ସ.) ନୂଆଦିଲ୍ଲୀର ଲାଲକିଲ୍ଲା ଠାରେ ଆୟୋଜିତ ଜାତୀୟ ସ୍ୱାଧୀନତା ଦିବସ ସମାରୋହରେ ବିଦେଶୀ ଅତିଥିଙ୍କ ସହ ଯୋଗଦେବେ ଓମ୍।ଓମ୍ ପୂର୍ବରୁ ବ୍ରିକ୍ସ , ଜି-୨୦, ବିଶ୍ୱ ପରିବେଶ ସମ୍ମିଳନୀ, କମନୱେଲଥ୍ ଭଳି ଅନେକ ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରି ସାରିଛନ୍ତି ପାଇକ ମାଟି ଖୋର୍ଦ୍ଧାର ପୁଅ ତଥା ପୁରୀ ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା, ଓମ୍ ପ୍ରିୟଦର୍ଶୀ ଛୋଟରାୟ ଆଗାମୀ ସ୍ୱାଧୀନତା ଦିବସରେ ଭାରତ ସରକାରଙ୍କ ସ୍ବତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ ପାଇଛନ୍ତି। ସେ ଲାଲକିଲ୍ଲା, ନୂଆଦିଲ୍ଲୀ ଠାରେ ଆୟୋଜିତ ଜାତୀୟ ସ୍ୱାଧୀନତା ଦିବସ ସମାରୋହରେ ବିଦେଶୀ ଅତିଥିଙ୍କ ସହ ଯୋଗଦେବା ସହ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ ଗ୍ରହଣ କରିବେ। ଏଥିପାଇଁ ତାଙ୍କୁ ରକ୍ଷା ମନ୍ତ୍ରଣାଳୟ ଓ ଏନ.ବି.ଟି ପକ୍ଷରୁ ସୂଚନା ଦିଆଯାଇଛି।ଇତିହାସ, ପରିବେଶ ଓ ବୈଦେଶିକ ସମ୍ବନ୍ଧ ଅଧ୍ୟୟନରେ ରୁଚି ରଖୁଥିବା ଓମ୍ ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ଯୁବ ଲେଖକ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି। ଓମ୍ ପୂର୍ବରୁ ଜି-୨୦ ଯୁବବର୍ଗର କୋଷାଧ୍ୟକ୍ଷ ରହିଥିବା ବେଳେ ବ୍ରିକ୍ସ ଏବଂ କମନୱେଲଥ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି। ନିଟ ରାଉରକେଲା ଏବଂଏନଆଇଆରଡିପିଆର ହାଇଦ୍ରାବାଦ'ରୁ ସ୍ନାତକୋତ୍ତର ସମାପ୍ତ କରିଥିବା ଓମ୍ ସଂପ୍ରତି ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟରେ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande