କେନ୍ଦ୍ରାପଡ଼ା, ୧୩ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଚତୁର୍ଦ୍ଦଶ ଅଧିବେଶନ ଇଚ୍ଛାପୁର ସ୍ଥିତ ସିଦ୍ଧ ବଳଦେବଜୀୟୁ ମନ୍ଦିର ପରିସରରେ ବରିଷ୍ଠ ସଭ୍ୟ ପ୍ରବଚକ ଦାମୋଦର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ସଭାପତି ସ୍ୱର୍ଗତ ଧ୍ରୁବଚରଣ ପଣ୍ଡାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ପଣ୍ଡିତ ସତ୍ୟନାରାୟଣ ପତି ପୂବ ଅଧିବେଶନରେ ବୀବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ପଣ୍ଡିତ ମହେଶ୍ୱର ପାଣି ପୂର୍ବ ବ୍ରତୋପନୟନର ସମୀକ୍ଷା କରିଥିଲେ ଓ ପଣ୍ଡିତ ମାଧବଚନ୍ଦ୍ର ନୂତନ ସଭାପତି ତଥା କର୍ମକର୍ତା ନିର୍ବାଚନ ନିମନ୍ତେ ପ୍ରସ୍ତାବ ରଖିଥିଲେ । ଆସନ୍ତା ସେପ୍ଟେମ୍ଭର ୧୪ ତାରିଖ ୧୧ ଘଟିକା ସମୟରେ ବଳଦେବ ମନ୍ଦିର ପରିସରରେ ଅଧିବେଶନରେ ନୂତନ କର୍ମକର୍ତ୍ତା ନିର୍ବାଚନ ହେବାକୁ ବୈଠକରେ ସର୍ବସମ୍ମତିକ୍ରମେ ସ୍ଥିର କରାଗଲା । ଉକ୍ତ ସଭାରେ ପଣ୍ଡିତ ହୃଷୀକେଶ ରଥ, ସୁବାଷ ଚନ୍ଦ୍ର ପାଣୀ, ପ୍ରଫୁଲ୍ଲ ପତି, ପ୍ରଭାକର ଆଚାର୍ଯ୍ୟ, ଗଣେଶ ମେକାପ, କୁଳମଣି ପଣ୍ଡା, ଅବଧୂତ ରାଉତ, କୈଳାଶ ଚନ୍ଦ୍ର ଦାଶ, ନୃସିଂହ ଚରଣ ପତି, ପ୍ରସନ୍ନଜିତ ପଣ୍ଡା, ଉମାଶଙ୍କର ପତି, କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ହରିପ୍ରିୟା ଦାଶ ଉପସ୍ଥିତ ଥିଲେ । ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ପତି ବେଦପାଠ କରିଥିବା ବେଳେ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି