ସରକାରୀ ମହିଳା ମହାବିଦ୍ୟାଲୟ ଓ ସଂସ୍କୃତ ଭାରତୀ, ବଲାଙ୍ଗୀରର ମିଳିତ ଆନୁକୂଲ୍ୟରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳିତ
ବଲାଙ୍ଗୀର, ୧୩ ଅଗଷ୍ଟ(ହି.ସ.) – ବିଶ୍ୱ ସଂସ୍କୃତ ସପ୍ତାହ ଉଦ୍‌ଯାପିତ, ସରକାରୀ ମହିଳା ମହାବିଦ୍ୟାଳୟ ଓ ସଂସ୍କୃତ ଭାରତୀ, ବଲାଙ୍ଗୀରର ମିଳିତ ଆନୁକୂଲ୍ୟରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି। ଏହି ସମ୍ମିଳନୀରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା ସଭାପତିତ୍ୱ କରିଥିବାବେଳେ, ମୁଖ
ସରକାରୀ ମହିଳା ମହାବିଦ୍ୟାଲୟ ଓ ସଂସ୍କୃତଭାରତୀ, ବଲାଙ୍ଗିର ର ମିଳିତ ଆନୁକୁଲ୍ୟରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳିତ


ସରକାରୀ ମହିଳା ମହାବିଦ୍ୟାଲୟ ଓ ସଂସ୍କୃତଭାରତୀ, ବଲାଙ୍ଗିର ର ମିଳିତ ଆନୁକୁଲ୍ୟରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳିତ


ବଲାଙ୍ଗୀର, ୧୩ ଅଗଷ୍ଟ(ହି.ସ.) – ବିଶ୍ୱ ସଂସ୍କୃତ ସପ୍ତାହ ଉଦ୍‌ଯାପିତ, ସରକାରୀ ମହିଳା ମହାବିଦ୍ୟାଳୟ ଓ ସଂସ୍କୃତ ଭାରତୀ, ବଲାଙ୍ଗୀରର ମିଳିତ ଆନୁକୂଲ୍ୟରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି। ଏହି ସମ୍ମିଳନୀରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା ସଭାପତିତ୍ୱ କରିଥିବାବେଳେ, ମୁଖ୍ୟବକ୍ତା ରୂପରେ ଦଧିବାମନ ମହାବିଦ୍ୟାଳୟ, ଭଟଲୀର ଅବସରପ୍ରାପ୍ତ ସଂସ୍କୃତ ପ୍ରାଧ୍ୟାପକ ଶ୍ରୀମାନ ଆୟୁଷ୍ମନ୍ତ ଷଡ଼ଙ୍ଗୀ ଯୋଗଦାନ କରି ସଂସ୍କୃତଭାଷାର ବହୁବିଧ ଦିଗ ଉପରେ ଛାତ୍ରୀମାନଙ୍କୁ ଉଦ୍‌ବୋଧନ ପ୍ରଦାନ କରିଥିଲେ। ଏହି ଉଦ୍‌ଯାପନୀ ଉତ୍ସବରେ ବିଭାଗୀୟ ମୁଖ୍ୟ ଡଃ. ସଦାଶିବ ମଲ୍ଲିକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ଆଦର୍ଶ ମହାପାତ୍ର ବେଦମନ୍ତ୍ର ପାଠ କରିଥିଲେ। ସପ୍ତଦିବସ ବ୍ୟାପୀ କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମର ବିବରଣୀ ଡଃ. ସମୀର କୁମାର ବିଶ୍ୱାଳ ପ୍ରଦାନ କରିଥିଲେ। ଯଥା- ଉକ୍ତ ସପ୍ତାହର ପ୍ରଥମ ଦିବସରେ ଆଭାସୀୟ ମାଧ୍ୟମରେ ଛାତ୍ରୀମାନଙ୍କ ଦ୍ୱାରା ଅଭିନନ୍ଦନ ପତ୍ର ନିର୍ମାଣ, ଦ୍ୱିତୀୟ ଦିବସରେ ମହାବିଦ୍ୟାଳୟ ପରିସରରେ ଚନ୍ଦନ, ତିଳକ ଅର୍ପଣ, ତୃତୀୟରେ ବଲାଙ୍ଗୀର ସ୍ଥିତ ଶ୍ରୀ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ଶ୍ରୀମଦ୍ଭାଗବଦ୍ ଗୀତାର ଶ୍ଲୋକ ପଠନ, ଚତୁର୍ଥରେ ପଥରଚେପା ସ୍ଥିତ ପାର୍ବତୀ ଗିରିବାଳ ନିକେତନରେ ରକ୍ଷାବନ୍ଧନ, ପଂଚମରେ ସ୍ୱଗୃହେ ସଂସ୍କୃତ ଦିବସ ପାଳନ, ଷଷ୍ଠରେ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତ ପୁସ୍ତକ ବିକ୍ରୟ ଏବଂ ସପ୍ତମ ଦିବସରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ଅନେକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଓ ଏଥିରେ ବହୁସଂଖ୍ୟକ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା। ଏହି ପୁରଷ୍କାର ପ୍ରଦାନ ଉତ୍ସବରେ ଅଧ୍ୟାପକ ଶ୍ରୀ ରଂଜିତ କୁମାର ପାତ୍ର ସହଯୋଗ କରିଥିଲେ।

ଉଦ୍‌ଯାପନୀ ଉତ୍ସବକୁ ଅଧ୍ୟାପକ ଶ୍ରୀ ଅଜିତ କୁମାର ପଣ୍ଡା ସଂଚାଳନ କରିଥିବାବେଳେ ଛାତ୍ରୀ ଫଗୁନୀ ମାଝୀ ସଂଯୋଜିକା ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶେଷରେ ଅଧ୍ୟାପିକା ସରସ୍ୱତୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande