ଏନଜିଓ ସଂସ୍ଥାରେ ମହିଳାଙ୍କୁ ଅସଦାଚରଣ ନେଇ ଅଭିଯୋଗ
ବାରିପଦା , 13 ଅଗଷ୍ଟ (ହି.ସ.)- ବାଘରାରୋଡ ସ୍ଥିତ ଆରଆରଡିସି ଏନଜିଓ ସଂସ୍ଥାରେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ମହିଳା ଜଣକ ଏନଜିଓ ସମ୍ପାଦକଙ୍କ ନାମରେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେଠାରେ କାର୍ଯ୍ୟ କରିଥିବା ବେଳେ ଗତ ଜୁନ ଓ ଜୁଲାଇ ମାସର ଦରମା ଦେଇନଥିଲେ। ଯାହାକୁ ସେ ବାରମ୍ବାର ମାଗିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିଲେ। ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ। ସେ ଏଥିରେ ଅମଙ୍ଗ ହେବାରୁ ତାଙ୍କୁ ଚାକିରୀରୁ ବାହାର କରି ଦେଇଥିଲେ। ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ