ଆଦିତ୍ୟ ରଣା ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ଧର୍ମଶାଳା,୧୩ଅଗଷ୍ଟ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଳକ ଅନ୍ତର୍ଗତ ଚଣ୍ଡିପୁର ଗ୍ରାମର ବିଶିଷ୍ଟ ସୁନା ବ୍ୟବସାୟୀ ଆଦିତ୍ୟ ରଣାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଟ୍ରଷ୍ଟର ସଭାପତି ସତ୍ୟନ ରଣା ଅନୁଷ୍ଠାନିକଭାବେ ଉଦ
ଆଦିତ୍ୟ ରଣା ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର


ଧର୍ମଶାଳା,୧୩ଅଗଷ୍ଟ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଳକ ଅନ୍ତର୍ଗତ ଚଣ୍ଡିପୁର ଗ୍ରାମର ବିଶିଷ୍ଟ ସୁନା ବ୍ୟବସାୟୀ ଆଦିତ୍ୟ ରଣାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଟ୍ରଷ୍ଟର ସଭାପତି ସତ୍ୟନ ରଣା ଅନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । କେନ୍ଦ୍ରୀୟ ରେଡକ୍ରସ ରକ୍ତ କେନ୍ଦ୍ର କଟକ ତରଫରୁ ଡ. ସୌମ୍ୟ ରଂଜନ ରାଉତ,ସଂଯୋଜକ ଅବିନାଶ ଦାସ,ଏଲଟି ସୌମ୍ୟ ରଂଜନ ସାହୁ ଓ ଏଲଏ ବିଜୟ କୁମାର ସ୍ୱାଇଁ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଏହି ଶିବିରରେ ମୋଟ ୬୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଆଦିତ୍ୟ ରଣା ଟ୍ରଷ୍ଟର ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande