ପୁରୀ ରେ ସ୍ବାଧୀନତା ଦିବସ ରେ ଜାତୀୟ ପତାକା ଉତ୍ତୋଳନ କରିବେ ଆଇନ ମନ୍ତ୍ରୀ
ପୁରୀ, 13 ଅଗଷ୍ଟ (ହି.ସ.) ପୁରୀ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ସ୍ବାଧୀନତା ଦିବସ ଅର୍ଥାତ ୧୫ ଅଗଷ୍ଟ ଦିନ ପୂର୍ବାହ୍ନ ୯ ଘଟିକା ସମୟରେ ତାଳବଣିଆ ସ୍ପୋର୍ଟ୍ସ କମ୍ଲେକ୍ସ ଠାରେ ମୁଖ୍ୟ ଅତିଥି ଭାବେ ମନ
ପୁରୀ ରେ ସ୍ବାଧୀନତା ଦିବସ ରେ ଜାତୀୟ ପତାକା ଉତ୍ତୋଳନ କରିବେ ଆଇନ ମନ୍ତ୍ରୀ


ପୁରୀ, 13 ଅଗଷ୍ଟ (ହି.ସ.) ପୁରୀ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ସ୍ବାଧୀନତା ଦିବସ ଅର୍ଥାତ ୧୫ ଅଗଷ୍ଟ ଦିନ ପୂର୍ବାହ୍ନ ୯ ଘଟିକା ସମୟରେ ତାଳବଣିଆ ସ୍ପୋର୍ଟ୍ସ କମ୍ଲେକ୍ସ ଠାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ପରିଦର୍ଶନ କରି ଉଦବୋଧନ ପ୍ରଦାନ କରିବେ।ପରେ ମାର୍ଚ୍ଚ ପାଷ୍ଟ ଅନୁଷ୍ଠିତ ହେବ।ବିଭିନ୍ନ କଳାକାର, ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ,ଅନୁଷ୍ଠାନ ମାନଙ୍କ ଦ୍ଵାରା ଭାରତୀୟମ ନାମରେ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।ପରେ ପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧନା ସହ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ, ପ୍ୟାରେଡ଼ ର ଶ୍ରେଷ୍ଠ ଦଳ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିବେ।ବନ ବିଭାଗ, ଉଦ୍ୟାନ ବିଭାଗ ଓ ସମ୍ପର୍କ ଅନୁଷ୍ଠାନ ସହଯୋଗରେ ପ୍ୟାରେଡ଼ ପଡିଆ ଠାରେ ମୁଖ୍ୟ ଅତିଥି ଚାରା ରୋପଣ କରିବା ପରେ ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ।ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ରେଡକ୍ରସ ସମିତି ଓ ରୋଟାରୀ କ୍ଲବ ସହଯୋଗ କରିବେ।ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବେ।ଜିଲ୍ଲା ରେଡକ୍ରସ ସମିତି, ମୁଖ୍ୟ ଚିକିତ୍ସାଳୟ, ରକ୍ତ ଭଣ୍ଡାର, ଭାରତ ବିକାଶ ପରିଷଦ ଓ ବଡଶଙ୍ଖ ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଠାରେ ରକ୍ତ ଦାନ ଶିବିର କୁ ମୁଖ୍ୟ ଅତିଥି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୩ ଘଟିକା ସମୟରେ ଶ୍ରୀଜଗନ୍ନାଥ ଷ୍ଟାଡିୟମରେ ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।ସେହିପରି ପ୍ରତ୍ୟୁଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯିବ।ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପ୍ରଭାତ ଫେରି କରାଯାଇ ଗାନ୍ଧୀ ଘାଟ ଠାରେ ସର୍ବଧର୍ମ ପ୍ରାର୍ଥନା ସଭା, ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କ ରେ ପତାକା ଉତ୍ତୋଳନ କରାଯିବ ବୋଲି ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande