ଖରିଫ ଋତୁ ଧାନ ସଂଗ୍ରହ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଅବଧି ବୃଦ୍ଧି
ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ନିମନ୍ତେ ହେଉଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ସମୀକ୍ଷା କରାଯାଇଛି । ଏହି ପ୍ରକ୍ରିୟାରେ ଅଦ୍ୟାବଧି ୧୧ ଲକ୍ଷ ୫୦ ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ
ଖରିଫ ଋତୁ ଧାନ ସଂଗ୍ରହ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଅବଧି ବୃଦ୍ଧି


ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ନିମନ୍ତେ ହେଉଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ସମୀକ୍ଷା କରାଯାଇଛି । ଏହି ପ୍ରକ୍ରିୟାରେ ଅଦ୍ୟାବଧି ୧୧ ଲକ୍ଷ ୫୦ ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଖରିଫ୍ ଋତୁ ଧାନ ସଂଗ୍ରହ ନିମନ୍ତେ ଯାରି ପଞ୍ଜିକରଣ ପ୍ରକ୍ରିୟା ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି । ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ମାତ୍ର ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ପଞ୍ଜିକରଣ ଅବଧିକୁ ସରକାର ବୃଦ୍ଧି କରିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଖରିଫ୍ ଋତୁ ଧାନ ସଂଗ୍ରହ ନିମନ୍ତେ ପଞ୍ଜିକରଣ ପ୍ରକ୍ରିୟା ୪ ଦିନ ବିଳମ୍ବରେ ହୋଇଥିଲେ ସୁଦ୍ଧା ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଅଧିକରୁ ଅଧିକ ଚାଷୀ ଇଚ୍ଛାବ୍ୟକ୍ତ କରିଛନ୍ତି। ଗତବର୍ଷ ଏହି ପ୍ରକ୍ରିୟା ଜୁଲାଇ ୧୫ ତାରିଖରେ ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ଏହା ଜୁଲାଇ ୧୯ ତାରିଖଠାରୁ ଜାରି ରହିଛି ।

ଏହା ବ୍ୟତୀତ ପଞ୍ଜିକରଣକୁ ସରଳୀକୃତ କରାଯିବା ସହ ନିଜସ୍ୱ ଘୋଷଣାନାମା ମାଧ୍ୟମରେ ମଧ୍ୟ ଚାଷୀମାନେ ପଞ୍ଜିକରଣ କରିବାର ସୁବିଧା ଦେବାକୁ ସରକାର ସ୍ଥିର କରିଛନ୍ତି ।

ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିଜ ସରକାରୀ ବାସଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ମାନ୍ୟବର ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ କୁମାର ଗଡତିଆ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande