ଧର୍ମଶାଳା,୧୩ଅଗଷ୍ଟ(ହି.ସ.) - ଯାଜପୁର ଜିଲାରେ ଦିନକୁ ଦିନ ବିଭିନ୍ନ ଉପାୟରେ ଗୋ ଚାଲାଣକାରୀମାନେ ଜିଲା ତଥା ଜିଲା ବାହାରକୁ ଚାଲାଣ କରୁଛନ୍ତି । ଏପରିକି ସ୍ଥାନୀୟ ପ୍ରଶାସନକୁ ହାତବାରିସୀ କରି ବେଧଡକଭାବେ ଏହି ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଗଲା କିଛି ଦିନ ହେବ ବଡଚଣା ଥାନା ପକ୍ଷରୁ ନିୟମିତଭାବେ ପାଟ୍ରୋଲିଂ କଡକଡି କରିବାରୁ ଏହି ଚାଲାଣରେ ସାମାନ୍ୟ ବ୍ରେକ୍ ଲାଗିଛି । ମଙ୍ଗଳବାର ବିଳମ୍ବିତ ରାତିରେ ୨ଟି କ୍ଷୀର ବୁହା ପିକଅଫ ଗାଡି ଯାଉଥିବା ସମୟରେ ସନ୍ଦେହ ହୋଇଥିଲା । ତାକୁ ସ୍ଥାନୀୟ ଲୋକେ ଓ ପୋଲିସ ପକ୍ଷରୁ ଅଟକା ଯାଇଥିଲା । ତେବେ ଗାଡି ଭିତରେ ୩୨ଟି ଜୀବନ୍ତ ବାଛୁରୀ ଓ ୩ଟି ମୃତ ବାଛରୀକୁ ଉଦ୍ଧାର କରାଯାଇଥିଲା । ବାଛୁରୀଗୁଡିକୁ ସ୍ଥାନୀୟ ଗୋ ସେବାକାରୀଙ୍କୁ ହସ୍ତାନ୍ତରିତ କରାଯାଇଥିଲା । ଏହି ଘଟଣାରେ ଗାଡି ଚାଳକ ଓ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ