ଅନାସ୍ଥା ଆଣିଥିବା ୩୮ଜଣ ଜନପ୍ରତିନିଧିଙ୍କ ଦସ୍ତଖତ ଯାଂଚ୧୪ରେ
ଧର୍ମଶାଳା,୧୩ଅଗଷ୍ଟ(ହି.ସ.) - ସାରା ରାଜ୍ୟରେ ରାଜନୈତିକ ପ୍ରସଙ୍ଗକୁ ନେଇ ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସବୁ ବେଳେ ଚର୍ଚ୍ଚାରେ ରହି ଆସୁଛି । ରାଜ୍ୟରେ ସରକାର ପରିବର୍ତ ହେବା ସହିତ ଧର୍ମଶାଳାରେ ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ ବିଜୟୀ ହୋଇଥିଲେ । ଧର୍ମଶାଳାରେ ବିଜେଡି ସମର୍ଥୀତ ବ
ଅନାସ୍ଥା ଆଣିଥିବା ୩୮ଜଣ ଜନପ୍ରତିନିଧିଙ୍କ ଦସ୍ତଖତ ଯାଂଚ୧୪ରେ


ଧର୍ମଶାଳା,୧୩ଅଗଷ୍ଟ(ହି.ସ.) - ସାରା ରାଜ୍ୟରେ ରାଜନୈତିକ ପ୍ରସଙ୍ଗକୁ ନେଇ ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସବୁ ବେଳେ ଚର୍ଚ୍ଚାରେ ରହି ଆସୁଛି । ରାଜ୍ୟରେ ସରକାର ପରିବର୍ତ ହେବା ସହିତ ଧର୍ମଶାଳାରେ ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ ବିଜୟୀ ହୋଇଥିଲେ । ଧର୍ମଶାଳାରେ ବିଜେଡି ସମର୍ଥୀତ ବହୁ ସରପଂଚ ଓ ସମିତିସଭ୍ୟସଭ୍ୟା ରହିଥିବା ପ୍ରଭାତ ବଳବନ୍ତରାୟ ବ୍ଲକ ଅଧ୍ୟକ୍ଷ ରହିଛନ୍ତି । ନିର୍ବାଚନର କିଛି ଦିନ ପରେ ପୁଣି ଧର୍ମଶାଳା ଅନାସ୍ଥା ପ୍ରସ୍ତାବ ଘଟଣାକୁ ନେଇ ଚର୍ଚ୍ଚା ଘେରକୁ ଆସିଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ୪୫ ଗୋଟି ଓ ରସୁଲପୁର ବ୍ଲକ ଅଧିନରେ ୯ଟି ପଂଚାୟତ ରହିଛି । ଧର୍ମଶାଳା ଓ ରସୁଲପୁର ବ୍ଲକରେ ବିଜେଡିର ଦୁଇ ଅଧ୍ୟକ୍ଷ ରହିଛନ୍ତି । ଭୁବନେଶ୍ୱରରେ ଏକ ମହା ମିଶ୍ରଣ ପର୍ବରେ ଧର୍ମଶାଳା ବ୍ଲକର ୧୪ ଜଣ ସରପଂଚ,୧୮ଜଣ ସମିତିସଭ୍ୟସଭ୍ୟା ଓ ରସୁଲପୁର ବ୍ଲକର ୫ଜଣ ସରପଂଚ ଓ ୨ଜଣ ସମିତିସଭ୍ୟସଭ୍ୟା ବିଜେପିରେ ସାମିଲ ହୋଇଥିଲେ । ତେବେ ଅବଶିଷ୍ଟଙ୍କ ମଧ୍ୟରୁ ବହୁ ସରପଂଚ ଓ ସମିତି ସଭ୍ୟ ଏବେ ବିଜେପିରେ ମିଶିବା ପାଇଁ ଯାଉଥିବା ବେଳେ ଖୁବ ଶୀଘ୍ର ଧର୍ମଶାଳାରେ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଅନେକ ବିଜେଡି ଶିବିର ଛାଡି ବିଜେପିରେ ସାମିଲ ହେବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆବଶ୍ୟକ ସରପଂଚ ଓ ସମିତିସଭ୍ୟଙ୍କ ବିଜେପିର ହାତରେ ଥିବା ବେଳେ ବ୍ଲକ ଅଧକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବ । ତେବେ ଏବେ ୩୮ ଜଣ ଜନପ୍ରତିନିଧିଙ୍କୁ ନେଇ ୧୪ ତାରିଖରେ ସେମାନଙ୍କ ଦସ୍ତଖତ ଯାଂଚ କରାଯିବ ବୋଲି ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande