ଶ୍ରୀମନ୍ଦିରରେ ରାହୁରେଖା ନୀତି ସମ୍ପନ୍ନ
ପୁରୀ, ୧୩ ଅଗଷ୍ଟ (ହି.ସ.) - ଶ୍ରୀମନ୍ଦିରରେ ରାହୁରେଖା ନୀତି ସମ୍ପନ୍ନ ହୋଇଛି ଜ୍ଝ ବୁଧବାର ଅପରାହ୍ନ ସାଢେ ୨ଟାରୁ ସଂନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନ ବନ୍ଦ ରହିଥିଲା । ସ୍ନାନପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କ ମସ୍ତକରୁ ସୁବର୍ଣ୍ଣ ରାହୁରେଖା ଓଲାଗି କରାଯାଇ ରତ୍ନଭଣ୍ଡାରରେ ରଖାଯାଇଥିଲା । ଭାଦ୍
ଶ୍ରୀମନ୍ଦିରରେ ରାହୁରେଖା ନୀତି ସମ୍ପନ୍ନ


ପୁରୀ, ୧୩ ଅଗଷ୍ଟ (ହି.ସ.) - ଶ୍ରୀମନ୍ଦିରରେ ରାହୁରେଖା ନୀତି ସମ୍ପନ୍ନ ହୋଇଛି ଜ୍ଝ ବୁଧବାର ଅପରାହ୍ନ ସାଢେ ୨ଟାରୁ ସଂନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନ ବନ୍ଦ ରହିଥିଲା । ସ୍ନାନପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କ ମସ୍ତକରୁ ସୁବର୍ଣ୍ଣ ରାହୁରେଖା ଓଲାଗି କରାଯାଇ ରତ୍ନଭଣ୍ଡାରରେ ରଖାଯାଇଥିଲା । ଭାଦ୍ରବ ମାସ କୃଷ୍ଣପକ୍ଷ ପଂଚମୀ ତିଥିରେ ରାହୁରେଖା ନୀତି ଅନୁଷ୍ଠିତ ହୋଇଛି । ପ୍ରଥମ ଭୋଗ ମଣ୍ଡପ ଶେଷ ହେବା ପରେ ରାହୁରେଖା ନୀତି ଆରମ୍ଭ ହୋଇଥିଲା । ଶ୍ରୀବିଗ୍ରହଙ୍କ କପାଳରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ ପଟି ଲାଗି ହୋଇଥିଲା । ଗୋପାଳ ବଲ୍ଲଭଭୋଗ ବଢିବା ପରେ ଚଢାଉକରଣ ଓ ଦେଉଳକରଣ ସେବକ ଭଣ୍ଡାର ମେକାପକୁ କହି ଭଣ୍ଡାର ଘରୁ ମୁଦ ହୋଇ ରଖାଯାଇଥିବା ରାହୁ ରେଖାକୁ ଆଣି ବେହେରଣ ଦ୍ୱାର ନିକଟରେ ବଣିଆ ସେବକଙ୍କୁ ଦେବା ପରେ ସେ ଏହାକୁ ମାଜି ସଫା କରିଥିଲେ । ଭୋଗମଣ୍ଡପ ନୀତି ବଢିବା ପରେ ପାଳିଆ ସେବକ ଓ ଶ୍ରୀଅଙ୍ଗଲାଗି ଦଇତାପତି ସେବକ ଜୟବିଜୟ ଦ୍ୱାର ବନ୍ଦ କରି ଏହି ଗୁପ୍ତ ନୀତି ସମାପନ କରିଥିଲେ । ପାଳିଆ ପୁଷ୍ପାଳକ ସେବକ ରତ୍ନସିଂହାସନ ଉପରେ ଚଢି ଝୋବାକଣ୍ଠି ମଇଲମ କରିଥିଲେ । ମହାଜନ ସେବକ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଖଟଶେଜ ଘରେ ବିଜେ କରାଇଥିଲେ । ଶୁଦ୍ଧସୁଆର ସେବକ ରତ୍ନସିଂହାସନ ତଳେ ଓଷୁଅ ପ୍ରସ୍ତୁତ କରି ରଖିଥିଲେ । ଦଇତାପତି ସେବକ ଓଷୁଅ ଓ ଚାଙ୍ଗଡା ମେକାପଙ୍କ ଠାରୁ ସଫା ଧଳା କପଡା ନେଇ ଶ୍ରୀମୁଖରେ ରାହୁରେଖା ଲାଗି କରିଥିଲେ । ପରେ ରତ୍ନସିଂହାସନ ପୋଛା ମରାଯାଇଥିଲା। ପରେ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ମହାସ୍ନାନ ନୀତି ପରେ ଭକ୍ତ ମାନେ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande