ପୁରୀ , 13 ଅଗଷ୍ଟ (ହି.ସ.) - ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାନ୍ଥ ରେ ଶ୍ରୀମନ୍ଦିର ଭାଙ୍ଗିଦେବୁ ଧମକ ପୂର୍ଣ୍ଣ ଲେଖା କୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି |ଏ ସମ୍ପର୍କରେ ଏସ. ପି. ପିନାକ ମିଶ୍ର ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ଯେ ଏ ସମ୍ପର୍କ ରେ ଜଣକୁ ଅଟକ ରଖି ପଚରା ଯାଉଛି| ସେ ବ୍ୟକ୍ତି ଜଣକ କଣାସ ଗାଡିଶାଗଦା ଅଞ୍ଚଳ ର ରଘୁନାଥ ସାହୁ, ବୟସ ୫୫ |ସାମାନ୍ୟ ମାତିଷ୍କ ବିକୃତ ଅନୁମାନ କରାଯାଉଛି|ଡାକ୍ତର ପରୀକ୍ଷା ପରେ ଜଣାପଡିବ| ତେବେ ସେ ଲେଖିଥିବା କହୁଛି| ଏହି ଘଟଣା କୁ ଗୁରୁତର ସହ ନିଆଯାଉଛି| ସିସି ଟିଭି ଯାଞ୍ଚ କରାଯାଉଛି| ସ୍ୱତନ୍ତ୍ର ଟିମ ଅନୁଧ୍ୟାନ କରୁଛି| ଶ୍ରୀମନ୍ଦିର ସୁରକ୍ଷା କୁ ଗୁରୁତ୍ୱ ଦିଆଯାଉଛି| ଲେଖା ଟିକୁ ଭିଡିଓ ଓ ଫୋଟ କରାଯାଇ ଲିଭାଯାଇଛି|
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ