୩ବର୍ଷରେ ରାଉରକେଲା ବିମାନ ସେବା ପୁରା ଠପ ଆଲିଆଂଜ ଏୟାର କହିଲା ମୋପାଖରେ ବିମାନ ନାହିଁ
ରାଉରକେଲା, ୧୩ ଅଗଷ୍ଟ (ହି.ସ.) - ଗତ ୩ବର୍ଷତଳେ ବହୁ ଟଣା ଓଟରା ପରେ ବିଶ୍ୱ ହକି କୁ ଦେଖି େ ସମୟ ିରେ ବିମାନର ସୁବିଧା ନେବା ଲାଗି ରାଉରକେଲାରେ ଆରମ୍ଭ ହୋଇଥିଲା ବିମାନ ସେବା, ସେଥିଲାଗି ରାଉରକେଲାର ବହୁ ଅନୁଷ୍ଠାନ ହୋହଲ୍ଲା କରିବା ସହ ରାଉରକେଲା ଚାମ୍ବର ଅଫ କମର୍ସ ର ଉଦ୍ୟମ ରାଉରକେଲା ଇସ୍ପାତ କାରଖା
୩ବର୍ଷରେ ରାଉରକେଲା ବିମାନ ସେବା ପୁରା ଠପ ଆଲିଆଂଜ ଏୟାର କହିଲା ମୋପାଖରେ ବିମାନ ନାହିଁ


ରାଉରକେଲା, ୧୩ ଅଗଷ୍ଟ (ହି.ସ.) - ଗତ ୩ବର୍ଷତଳେ ବହୁ ଟଣା ଓଟରା ପରେ ବିଶ୍ୱ ହକି କୁ ଦେଖି େ ସମୟ ିରେ ବିମାନର ସୁବିଧା ନେବା ଲାଗି ରାଉରକେଲାରେ ଆରମ୍ଭ ହୋଇଥିଲା ବିମାନ ସେବା, ସେଥିଲାଗି ରାଉରକେଲାର ବହୁ ଅନୁଷ୍ଠାନ ହୋହଲ୍ଲା କରିବା ସହ ରାଉରକେଲା ଚାମ୍ବର ଅଫ କମର୍ସ ର ଉଦ୍ୟମ ରାଉରକେଲା ଇସ୍ପାତ କାରଖାନା ର ବଡ ସହ ଯୋଗ ଲାଗି ଏଠାରୁ ବିମାନ ସେବା ଆରମ୍ଭ ହୋଇଥିଲା । ପରେ କିଛି ଦିନ ବିମାନ ଚାଲିବା ପରେ ପୁଣି ନାନା ସମସ୍ୟା ଦେଖା ହେବା ସହ ସେବା ସବୁ ଦିନ ବଦଳରେ ମଝି ମଝିରେ ଚାଲିଲା । ପରେ ନାନା ସମସ୍ୟା କୁ ଦେଖି ଅଧିକ ଉଡାଣ ଲାଗି ଦାବି ହେବା ସହ ଏହାର ରନେଓ କୁ ବଢାଇବାକୁ ଦରକାର ପଡିଲା ।ତେବେ ଏନେଇ ଯାଗାର ସମସ୍ୟା ଥିବା ବେଳେ ସପ୍ପାହ ତଳେ ରାଉରକେଲା ଇସ୍ତାକାରଖାନା ପକ୍ଷରୁ ଏନେଇ ଏକ ସ୍ୱତନ୍ତ୍ର ବୈଠକ ମଧ୍ୟ କରାଯାଇଥିଲା, ହେଲେ ହଠାତ ବିମାନ ସେବା ଯୋଗାଉଥିବା ସଂସ୍ଥା ମନା କରିଦେଲା ଯେ ଆଉ ଆମେ ସେବା ଯୋଗାଇ ଦେଇପାରିବୁ ନାହିଁ କାରଣ ଆମ ପାଖରେ ଆଉ ବିମାନ ନାହିଁ । ଏହା ଦ୍ୱାରା ରାଉରକେଲା ସହରର ଉନ୍ନତି କୁ ନେଇ ଦେଖାଯାଇଥିବା ସ୍ୱପ୍ନରେ ଏକ ପ୍ରକାର ରୋକ ଲାଗିଛି । କାରଣ ବିମାନ ସେବା ନିୟମିତ ହେଲେ ଯାଇ ସହରର ଉନ୍ନତି ହୋଇପାରିବ, ସେ କଳକାରନା କ୍ଷେତ୍ରରେ ହେଉ କିମ୍ବା ଶିକ୍ଷା ସ୍ୱାସ୍ଥ କ୍ଷେତ୍ରରେ ହେଉ , ସବୁ ଥିରେ ବିମାନ ସେବାର ନିତ୍ୟାନ୍ତ ଆବଶ୍ୟକତା ରହିଛି । ଆଗକୁ ରାଉରକେଲକା ଇସ୍ପାତ କାରଖାନାର ୯ ମିଲିଅନଟନ ଉପ୍ପାଦନ କୁ ନେଇ ସଂପ୍ରସାରଣ ରହିଛି, ଏଥିଲାଗି ହେଉଥିବା କ୍ଷେତ୍ର ପ୍ରସ୍ତୁତରେ ବିମାନ ସେବା ନିହାତି ଦରକାର , ରାଉରକେଲାର ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ସବୁ ସ୍ଥର କୁ ଏହି ସେବା ହଠାଥ ବନ୍ଦ ହେବା ଖବର ନିଶ୍ଚୟ ଧକ୍କାଦେଇଛି । ଖବରରୁ ଜଣା ପଡିଛି ଯେ,ଏହି ସେବା ଚାଲିବା ଭିତରେ ରାଉରକେଲା ଇସ୍ପାତ କାରଖାନା ବର୍ଷକୁ ୯ କୋଟି ଟଙ୍କା ଖର୍ଚ୍ଚ କରିବା ସହ କିଛି କର୍ମଚାରୀ ମଧ୍ୟ ଯୋଗାଇ ଦେଇଥିଲା । ବିମାନ ସେବା ଆରମ୍ଭ ହେବା ଆଗରୁ ଆରଏସପି ସହ ବିମାନ ଚଳା ଚଳ କରାଉଥିବା କଂପାନୀ ର ଏଜଚୁକ୍ତିନାମା ମଧ୍ୟ ହୋଇଥିଲା ଯାହା ଅକ୍ଟୋବର ମାସରେ ସରିଜିବ । ବର୍ତମାନ ଏଠାକୁ କୌଣସି ବିମାନ ବର୍ତମାନ ଆସୁନଥିବା ବେଳେ ରନେଓ ର ପାଚେରୀ ୨ମାସ ତଳେ ଭାଂଗିଥିବା ବେଳେ ଏହାର ମରାମତି ମଧ୍ୟ ହୋଇନାହିଁ ।ଏଭଳି ସ୍ଥିତରେ ରାଉରକେଲା ଏୟାରପୋର୍ଟ ଥିବା ବେଳେ ରାଉରକେଲା କୁ ଆସୁଥିବା ଭିଆଇପି ମାନେ ରାଚିଂ ଓ ଝାରସୁଗୁଡାରୁ ରାଉରଜେଲା କୁ ଆସୁଥିଲେ ।ଏପରିକି ସେଲ ଚେୟାରମ୍ୟାନ ମଧ୍ୟ ଝାରସୁଗୁଡା ଦେଇ ସହରକୁ ନିକଟରେ ୁ ପ୍ରବେଶ କରିଥିଲେ , ଆରଏସପିର ଡିଆଇସି ମଧ୍ୟ ରାଂଚି ଦେଇ ଦିଲ୍ଲୀଯାତାୟତ କରୁଛନ୍ତି ।ଏକ ମହାରତ୍ନ କଂପାନୀ ଯେତେବେଳେ କହୁଛି ଆମ ପାଖରେ ବିମାନ ନାହିଁସେଠି ଆଉ କାହାକୁ କଣ କୁହାଜିବ ବୋଲି ପ୍ରଶ୍ନ ହେଉଛି । ଏହିଖବର ପ୍ରଚାରିତ ହେବେ ପରେ ରାଉରକେଲା ବିଧାୟକ କୁହନ୍ତୁ ସାଂସଦ କିମ୍ବା ଜିଲ୍ଲାର ୭ ବିଧାୟକ ସବୁ ନିରବ ।ରାଉରକେଲା ରେ ବିମାନ ସେବା ପରେ ସହରର ଉନ୍ନତି ହେବ ବୋଲି ଯେଉଁ ଯୁକ୍ତି ଥିଲା ତାହା ଏବେ ଆଉ ସେ ଯୁକ୍ତିର ଆବଶ୍ୟକ ପଡିବ ନାହିଁ । ଏବେ ସେହି ରେଳ ସେବା ଉପରେ ସହର ବାସୀ ନିର୍ଭର କରିବା ସହ ପୁଣି ସେହି କଛପ ଗତିରେ ସହର ଚାଲିବ ତା ସହ ବିମାନ ସେବାକୁ ନେଇ ଗଢିଉଠିଥିବା ବିଭିନ୍ନ ବ୍ୟବସ୍ଥା ମଧ୍ୟ ଠପ ହୋଇ ରହିଯିବ ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande