କପିଳେଶ୍ୱର ମନ୍ଦିର ନିକଟରେ ମିଆୱାକି ଜଙ୍ଗଲ ସୃଷ୍ଟି କଲା ବିଏମସି
ଭୁବନେଶ୍ୱର,୧୪ ଅଗଷ୍ଟ(ହି.ସ)- ବିଏମ୍ ସି ପକ୍ଷରୁ ଗୁରୁବାର କପିଳେଶ୍ୱର ମନ୍ଦିର ନିକଟ ସୁନ୍ଦରପଦା ହଜ୍ ପୋଖରୀ କୂଳରେ ଆଉ ଏକ ମିଆୱାକି ଜଙ୍ଗଲ ସୃଷ୍ଟି କରାଯାଇଛି। ଗୁରୁବାର ଦିନ ଏକାମ୍ର ବିଧାୟକ ବାବୁ ସିଂ , ମେୟର ଶ୍ରୀମତୀ ସୁଲୋଚନା ଦାସ , ବିଏମସି କମିଶନର ଚଞ୍ଚଳ ରାଣାଙ୍କ ସହ ସିଟି ଡିଏଫଓ, ବହୁ ଷ୍
କପିଳେଶ୍ୱର ମନ୍ଦିର ନିକଟରେ ମିଆୱାକି ଜଙ୍ଗଲ ସୃଷ୍ଟି କଲା ବିଏମସି


ଭୁବନେଶ୍ୱର,୧୪ ଅଗଷ୍ଟ(ହି.ସ)- ବିଏମ୍ ସି ପକ୍ଷରୁ ଗୁରୁବାର କପିଳେଶ୍ୱର ମନ୍ଦିର ନିକଟ ସୁନ୍ଦରପଦା ହଜ୍ ପୋଖରୀ କୂଳରେ ଆଉ ଏକ ମିଆୱାକି ଜଙ୍ଗଲ ସୃଷ୍ଟି କରାଯାଇଛି।

ଗୁରୁବାର ଦିନ ଏକାମ୍ର ବିଧାୟକ ବାବୁ ସିଂ , ମେୟର ଶ୍ରୀମତୀ ସୁଲୋଚନା ଦାସ , ବିଏମସି କମିଶନର ଚଞ୍ଚଳ ରାଣାଙ୍କ ସହ ସିଟି ଡିଏଫଓ, ବହୁ ଷ୍ଟାଣ୍ଡି କମିଟି ଅଧ୍ୟକ୍ଷ , କର୍ପୋରେଟର, ବିଏମ ସି ଓ ବନ ବିଭାଗ ଅଧିକାରୀ, ଓ ବିଭିନ୍ନ ସଂଗଠନର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ , ହଜ ପୋଖରୀର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପରିବେଶକୁ ସୁହାଇଲା ଭଳି କାର୍ଯ୍ୟକ୍ରମ ହେଉଛି ଏହି ସ୍ଥାନରେ ବୃକ୍ଷ ରୋପଣ। ଏହି ଉଦ୍ୟମରେ ଜନ ସହଯୋଗକୁ ଆହ୍ୱାନ କରିବା ସହିତ, ଆସନ୍ତା ଦିନରେ ଏହା ଅଂଚଳର ନାଗରିକ, ସେବାୟତ ଏବଂ ପିଲାମାନଙ୍କ ପାଇଁ ପ୍ରାତଃ ଭ୍ରମଣର ଏକ ମାହୋଲ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି ବି ଏମ୍ ସି କର୍ତୃପକ୍ଷ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande